ହେଡଲାଇନସ୍:

ଜାତୀୟ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ମହିଳା ସରପଞ୍ଚ ସସ୍ମିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ସରପଞ୍ଚ ସସ୍ମିତା ପାତ୍ର ଚଳିତ ମାସ ୨୬ ତାରିଖ ଜାତୀୟ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ଅତିଥି ଭାବେ ଚୟନ ହୋଇଛନ୍ତି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ରାଜ ବିଭାଗ ତରଫରୁ ସ୍ୱତନ୍ତ୍ର ଅତିଥି ଭାବେ ୨୩ ଜଣଙ୍କୁ ଚୟନ କରାଯାଇଥିବା ଜଣାପଡିଛି । ସେ ଏକାଧାରରେ ଜଣେ ସୁସଂଗଠିକା, ମହିଳା ଶାସକ୍ତିକରଣ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ମହିଳାଙ୍କୁ ଏକତ୍ରିତ କରାଇ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି । ତାଙ୍କ ନାମକୁ ବିଭାଗୀୟ ଚୟନ ଖବର ପାଇ ବ୍ଲକ ଓ ପଂଚାୟତର ବିଭିନ୍ନ ମହଲରୁ ଅଭିନନ୍ଦନ କରାଯାଇଛି ।

0
0
0
s2sdefault