ଓଡ଼ଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସର ଅପରେସନ ଷ୍ଟ୍ରାଇକ୍ ଜାରି ରହିଥିବା ବେଳେ ରବିବାର ରାତିରେ କୁରାଳ ବାଗଦେବୀଙ୍କ ରୋଡ ପାର୍ଶ୍ବରେ ବେଆଇନ ଭାବେ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ପାଇଁ ବ୍ୟବହୃତ ଗୋଟିଏ ଜେସିବି ସହିତ ୫ ଟ୍ରାକ୍ଟରକୁ ଓଡ଼ଗାଁ ପୋଲିସ୍ ଜବତ କରି ଓଡ଼ଗାଁ ଥାନା ପରିସରକୁ ଆଣି ରଖିଥିବା ଜଣାଯାଇଛି।ପାଣ୍ଡେରିପଡା ବାବୁଲା ସାହୁଙ୍କ ଓଡି୩୩ଏସି୪୩୮୯ ନମ୍ବର ଜେସିବି ସହିତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଚନ୍ଦନ ନାୟକଙ୍କ ଓଡି୨୫ଏନ୯୮୫୭, ହନୁମନ୍ତିଆ କୁନା କହଁରଙ୍କ ଓଡି୨୫ଆର୦୪୬୧, ଲୁନା କହଁରଙ୍କ ଓଆର୨୫ସି୨୯୭୧,କୁରାଳ ଅଭିମନ୍ୟୁ ବିଶ୍ଵାଳଙ୍କ ଓଆର୨୫ସି୨୯୭୦ ଏବଂ ହରେକୃଷ୍ଣ ବାରିକଙ୍କ ଓଡି୨୫ଜି୪୮୨୮ ଟ୍ରାକ୍ଟର ଗୁଡ଼ିକ ଜବତ ହୋଇଛି। ଓଡ଼ଗାଁ ପୋଲିସ ଏ ସମ୍ବନ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆବଶ୍ୟକ ପ୍ରକ୍ରିୟା ସରିବା ପରେ ଜବତ ଜେସିବି ଏବଂ ଟ୍ରାକ୍ଟର ଗୁଡ଼ିକୁ ହସ୍ତାନ୍ତର କରାଯିବ।
ରାଜ୍ୟ
ଓଡ଼ଗାଁ ପୋଲିସର ଅପରେସନ ଷ୍ଟ୍ରାଇକ୍,ଜେସିବି ସହିତ ୫ ଟ୍ରାକ୍ଟରର ଚାଲାଣ କଟିଲା
- Hits: 6








