ହେଡଲାଇନସ୍:

ଚତୁର୍ଥ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଙ୍ଗପୁର,-(ଶିବରାମ ଚୌଧୁରୀ )-, ସୋରଡା ବ୍ଲକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶିକ୍ଷକ ଶ୍ୟାମଘନ ଗୌଡ଼ ବେଦ ମନ୍ତ୍ର ପାଠ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I ଶିକ୍ଷକ ବିଜୟ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିବା ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଉପରେ ଆଲୋଚନା କରିଥିଲେ I ଶିକ୍ଷକ ସମୀର୍ କୁମାର ଜେନା ପଢିବା ଗଢ଼ିବା ଓଡ଼ିଶା ଉପରେ ଆଲୋଚନା କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କ ପ୍ରଗତି,ଡ଼ିଜିଟାଲ ଶିକ୍ଷା ଏବଂ ବାଲ୍ୟ ବିବାହ ନିଷେଧ ଆଇନ୍ ଉପରେ ଆଲୋଚନା କରିଥିଲେ I ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ସମଗ୍ର ଶିକ୍ଷା ଯୋଜନାର ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ସରକାର ପ୍ରଦାନ କରୁ୍ଥିବା ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ I ଶିକ୍ଷୟିତ୍ରୀ ନମିତା କୁମାରୀ ପଟ୍ଟନାୟକ ପରୀକ୍ଷା ପେ ଚର୍ଚ୍ଚା - ୨୦୨୬ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଶିକ୍ଷକ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault