ହେଡଲାଇନସ୍:

ଲୋକଙ୍କ ଭିତରେ "ଆମ" ଅନୁଭବ ପାଇଁ ପୋଲିସର "ଆମ ପୋଲିସ" କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜନତାକୁ ନିଜର ନିକଟତର କରାଇବା ପାଇଁ ପୋଲିସର ଅଭିନବ ଉଦ୍ୟମ 

 ପାଇକମାଲ :- ପାଇକମାଲ ବ୍ଲକର ଭେଙ୍ଗରାଜପୁର ପଞ୍ଚାୟତର ସଦନନ୍ଦପୁର ଗ୍ରାମରେ ବରଗଡ଼ ପୋଲିସ ଆନୁକୂଲ୍ୟରେ, ପଦ୍ମପୁର SDPO ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ଙ୍କର ପ୍ରତ୍ୟକ୍ଷ  ତତ୍ୱବାଧାନ ରେ ଓ ପାଇକମାଲ ପୋଲିସ ର ଉଦ୍ୟମରେ ' ଆମ ପୋଲିସ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।  ସାଧାରଣ ଜନତାକୁ ନିଜର ନିକଟତର କରାଇବା ପାଇଁ ଗତ କିଛି ବର୍ଷ ହେଲା ପୋଲିସ ବିଭାଗ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କର ମଧ୍ୟରେ ପୂର୍ବରୁ ରହିଥିବା ପୋଲିସର ଛବିକୁ ପରିବର୍ତନ କରିବା ପାଇଁ ଚେଷ୍ଟା କରାଯାଉଛି ଓ ଏଥିରେ ବହୁ ମାତ୍ରାରେ ସଫଳତା ମଧ୍ୟ ମିଳିଛି । ଲୋକ ଧୀରେ ଧୀରେ ପୋଲିସର ନିକଟତର ହେବସହିତ ପୋଲିସକୁ ବହୁ ସମୟରେ ସହଯୋଗ ମଧ୍ୟ କରୁଛନ୍ତି । ଯାହାକି ପୋଲିସ ପ୍ରଶାସନ ପାଇଁ ଏକ ବଡ ଉପଲବ୍ଧି ।

         ଆଜି ସଦନନ୍ଦପୁର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର SDPO ଶ୍ରୀ ଲଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବରେ , BDO ପାଇକମାଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯକ୍ରମରେ ପୋଲିସ ବିଭାଗ ତରଫରୁ ଏକ ମାଗଣା ସ୍ଵସ୍ଥ ପରୀକ୍ଷା ଶିବିର ର ଆୟୋଜନ ମଧ୍ୟ କରାଯାଇଥିଲା । ଡାକ୍ତର ଖାନା ର ଚିକିତ୍ସା ଅଧିକାରୀ ଏହି ଶିବିରରେ ଯୋଗ ଦେଇ ପ୍ରାୟ 200 ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ବିତରଣ କରିଥିଲେ । ଏହାସହିତ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ବିଭିନ୍ନ ସ୍କୁଲ ରୁ ଆସିଥିବା କୁନି କୁନି ଛାତ୍ର ଛାତ୍ରୀ ମାନେ ମନଲୋଭା ନୃତ୍ୟ ଗୀତ ପରିବେଷଣ କରିଥିଲେ ଯାହାକି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଜନତା ଙ୍କୁ ଓ ଅତିଥି ମାନଙ୍କୁ ବେଶ ଆନନ୍ଦିତ କରିଥିଲା ।

         ଶେଷରେ ବିଭିନ୍ନ ସ୍କୁଲ ଛୁଆମାନଙ୍କୁ ସ୍କୁଲ ବେଗ , ଖାତା କଲମ ,ରବର , କମ୍ପାସ, ପ୍ରଦାନ କରାଯିବା ସହିତ, 2ଗୋଟି ଜୁନିଅର କ୍ରିକେଟ ଟିମ କୁ କ୍ରିକେଟ ସାମଗ୍ରୀ ,ଗୋଟେ ଟିମ କୁ ଫୁଟବଲ ,ଗୋଟେ ଟିମକୁ ଭଳିବଲ , 50 ଜଣକୁ କମ୍ବଳ, 12 ଜଣକୁ ଛତା,180 ଜଣକୁ T ସାର୍ଟ 30 ଜଣକୁ ମସାରି, 40 ଜଣକୁ ରେନିକୋଟ, 25 ଟି ଛୁଆକୁ ପାଣି ବୋତଲ, ଓ ବହୁତ ଲୋକଙ୍କୁ ଗାମୁଛା ମହିଳାମାନଙ୍କୁ ଶାଢ଼ୀ, ଚାରଜିଙ୍ଗ ଲାଇଟ ଇତ୍ୟାଦି ପ୍ରଦାନ କରାଯାଇଥିଲା ।ଭେଙ୍ଗରାଜପୁର ପଂଚାୟତ ର ସରପଞ୍ଚ ଶ୍ରୀ ଭୀଷ୍ମ ସାହୁ ଓ ସମିତି ସଭ୍ୟ ଶ୍ରୀ। ବିନୋଦ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ପାଇକମାଲ ଥାନାର ଅନ୍ୟାନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ଅତି ସୁରୁଖୁରୁରେ ପରିଚାଳନା କରିଥିଲେ । ପାଇକମାଲ ପୋଲିସର ଏହି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ପ୍ରାୟ 3000ଲୋକ ଉପସ୍ଥିତ ଥିଲେ ।      

0
0
0
s2sdefault