ପୁସ୍ତକ ମେଳାର ତୃତୀୟ ସଂଧ୍ୟା
ଜଗତସିଂହପୁର,ତା-୧୭. ୦୧. ୨୦୨୬/ସୁମନ୍ତ କୁମାର ଦାସ : ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ଆଜି ଥିଲା ତୃତୀୟ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଆଜିର ଆସରର ବିଷୟ ବସ୍ତୁ ଥିଲା " ଶ୍ରୀମଦ୍ ଭଗବଦ୍ ଗୀତା ଓ ଯୁବପିଢି" । ଆଜିର ଆସରରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକବାଦୀ,ସମାଜ ସଂସ୍କାରକ,ପ୍ରବଚକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜା କହିଥିଲେ ଶ୍ରୀମଦ୍ ଭଗବଦ୍ ଗୀତା ହେଉଛି ମନୁଷ୍ୟ ଜୀବନର ବେଦ । ମନୁଷ୍ୟ ଜୀବନଯାପନର ସମସ୍ତ ସୂତ୍ର ଗୀତାରେ କୁହାଯାଇଛି । ଆଜିର ମନୁଷ୍ୟ ଆଧ୍ୟାତ୍ମିକ ମନସ୍କ ହୋଇ ନପାରିବା କାରଣରୁ ବର୍ତ୍ତମାନ ସମୟରେ ହିଂସା, କାମ,କ୍ରୋଧ ଓ ଘୃଣା ବୃଦ୍ଧି ପାଉଛି । ଗୀତା ଆମକୁ ଜାଗ୍ରତ ହେବା ପାଇଁ କୁହେ ଯେପରି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ । ସେ ଏହି ଅବସରରେ ଆଜିର ଯୁବପିଢୀକୁ ଆଧ୍ୟାତ୍ମିକ ମନସ୍କ ହେବା ପାଇଁ ଆହ୍ଵାନ ଦେଇଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଜଳେଶ୍ଵର ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ବିବେକାନନ୍ଦ ସାହୁ କହିଥିଲେ ଜଣେ ଯୁବକ ଭିତରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରହିଛି । ସେ କହିଥିଲେ ଗୀତାରେ କୁହାଯାଇଛି ଯେ ତୁମେ ତୁମ କାର୍ଯ୍ୟରେ ସଂପୂର୍ଣ୍ଣ ସନ୍ତୁଷ୍ଟି ଆସିବା ପର୍ଯ୍ୟନ୍ତ କାର୍ଯ୍ୟ କରିଚାଲ । କର୍ମରୁ ସନ୍ୟାସ ନେବା ପରିବର୍ତ୍ତେ କର୍ମ ସହିତ ସଂଯୁକ୍ତ ହୋଇ ରହିବା ଉଚିତ୍ । ଯୁବକମାନେ କେବଳ ବୃତ୍ତି ମନସ୍କ ନ ହୋଇ ତୃପ୍ତି ମନସ୍କ ମଧ୍ୟ ହେବା ଉଚିତ୍ ।
ଅନ୍ୟତମ ସମ୍ମାନନୀୟ ଅତିଥି ଆଧ୍ୟାତ୍ମିକବାଦୀ ପ୍ରବକ୍ତା ସ୍ବାମୀ ଶୃତିସାଗରାନନ୍ଦ ସରସ୍ଵତୀ କହିଥିଲେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଭଗବତ ଗୀତା କୁ ପାଠ କରିବା ଓ ତାର ଅର୍ଥ କୁ ନିଜର ଜୀବନରେ ଲଗାଇବା ବ୍ୟବସ୍ଥା କରାଇଲେ ଏକ ଶୃଙ୍ଖଳିତ ସମାଜ ଗଠନରେ ସହାୟକ ହେବ।
ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜଗତସିଂହପୁର ରବିନାରାୟଣ ଜେଠୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ପରିଷଦ କୁ ଉତ୍ସାହିତ କରିଥିଲେ।
ପରିଷଦର ଉପାଧ୍ୟକ୍ଷ ଵିଜୟ କୁମାର ରାଉତ ଅଧ୍ୟକ୍ଷତା କରି ଯୁବପିଢୀ ଗୀତାର ଉପାଦେୟତାକୁ ହୃଦୟଙ୍ଗମ କରିବା ଉଚିତ୍ ବୋଲି କହିଥିଲେ । ପ୍ରାରମ୍ଭରେ ଶ୍ରୀ ପ୍ରକାଶ କୁମାର ପାତ୍ର ଓ ଅରୋଶ୍ରୀ ଅଂଶୁମାନ ନାୟକ ଗୀତା ପାଠ କରିଥିବା ବେଳେ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ବିଶ୍ବାଳ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଆଜିର ଆସରକୁ ବିଶିଷ୍ଟ ଶିକ୍ଷାବିତ୍ ଭବାନୀ ଶଙ୍କର ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଆଜିର ଆସରରେ କବି ଭାନୁଦେବ ବିଶ୍ବାଳଙ୍କ କବିତା ସଂକଳନ "ମଲ୍ଲୀ ମହ୍ଲାର" ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ପରିଶେଷରେ ପରିଷଦର କାର୍ଯ୍ୟକାରୀଣୀ ସଦସ୍ୟ ଦୁର୍ଯୋଧନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ସାହିତ୍ୟ ଅନୁଷ୍ଠାନ"ସରିତା ସାହିତ୍ୟ ସଂସଦ,ତାଳଦଣ୍ଡା, କୁଜଙ୍ଗ ପକ୍ଷରୁ କବିତା ପାଠୋତ୍ସବ ଆୟୋଜିତ ହୋଇଥିବା ବେଳେ ଅପରାହ୍ନରେ ମହିମା କଲେଜ୍ ଅଫ୍ ନର୍ସିଂ,ଜଗତସିଂହପୁର ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହିମା କଲେଜ୍ ଅଫ୍ ନର୍ସିଂର ନିର୍ଦ୍ଦେଶକ ଗଣେଶ୍ୱର ମାଣିଆ, ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି,ସମାଜସେବୀ କ୍ୟାପଟେନ୍ ସଞ୍ଜୀବ୍ କୁମାର ମୁଦୁଲି, ଅଧ୍ୟାପକ ଧିରେନ୍ଦ୍ର କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର୍ ପ୍ରଦୀପ୍ତ କିଶୋର ଚୌଧୁରୀ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ମହାରଣା, ପ୍ରିୟବ୍ରତ ଦାଶ ଓ ଅବିନାଶ ସ୍ବାଇଁ ସହଯୋଗ କରିଥିଲେ । ଅପରାହ୍ନରେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ସହିତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ପକ୍ଷରୁ ଖୋର୍ଦ୍ଧାର ଅନିତା ରାଉତରାୟ ଓ ସାଥିଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘୋଷକ ଭାବେ ରାଜେଶ୍ ରାୟ ଓ ଯାଜ୍ଞସେନୀ ନାୟକ ସଂଯୋଜନା କରିଥିଲେ । ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ , ସମ୍ପାଦକ ସାରଦା ପ୍ରସାଦ ଦାସ, ପରିଷଦର, ସୁଦର୍ଶନ ବେହେରା,ହେମନ୍ତ କୁମାର ରଥ,ମହେନ୍ଦ୍ର କୁମାର ଆଚାର୍ଯ୍ୟ,ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ, ରମାକାନ୍ତ ସାହୁ, ଅମ୍ବିକା ପ୍ରସନ୍ନ ମହାନ୍ତି,ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା, ମନୋଜ କୁମାର ମହାପାତ୍ର,ପ୍ରଦୀପ୍ତ କିଶୋର ଚୌଧୁରୀ,ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଡ଼ ଜ୍ୟୋତିର୍ମୟୀ ମହାନ୍ତି,ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ , ଯୁଗ୍ମ ସମ୍ପାଦକ ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ,ମନୋଜ କୁମାର ଦାଶ, ଧିରେନ୍ଦ୍ର ନାଥ ଆଚାର୍ଯ୍ୟ,ମାନସ କୁମାର କାନୁନଗୋ,ମାନସ କୁମାର ରଥ, ଡା କୈଳାସ ଚନ୍ଦ୍ର ମଲ୍ଲିକ, ଅତନୁ କୁମାର ସ୍ବାଇଁ,ଅନିଲ କୁମାର ସ୍ବାଇଁ,ଡ ସୁରେନ୍ଦ୍ର ନାଥ ତ୍ରିପାଠୀ,ବିବୁଧ ରଞ୍ଜନ ମହାନ୍ତି, ପ୍ରଜ୍ଞା ପାରମିତା ଚୌଧୁରୀ,ସତ୍ୟବ୍ରତ ବିଶ୍ବାଳ,ସୁଷମା ପ୍ରଧାନ,ପ୍ରଦୀପ ମିତ୍ର,ପ୍ରଭାତ କୁମାର ଦାଶ, କୃଷ୍ଣଚନ୍ଦ୍ର ପ୍ରଧାନ,ଅଭିନାଷ ସ୍ବାଇଁ, ପ୍ରିୟବ୍ରତ ଦାଶ, ଡ଼ ନିରଞ୍ଜନ ବିଶ୍ୱାଳ,ଲାଲା ସଂଗ୍ରାମ କେଶରୀ ରାୟ, ବିଜୟଲକ୍ଷ୍ମୀ ମହାପାତ୍ର,ସବ୍ୟସାଚୀ ତ୍ରିପାଠୀ ,ସ୍ନେହାଶୁଂ ଜେନା, ବିପିନି ସେଠୀ,ଭରତ ଚନ୍ଦ୍ର ସାହୁ,ପ୍ରମୁଖ ସହଯୋଗ କରିଥିଲେ।











