ବାଣପୁର:(ସେକ୍ କୌସର):ନରେନ୍ଦ୍ରପୁର ଜି ପି ଉପେନ୍ଦ୍ର ବିଦ୍ୟାପୀଠ ଶିକ୍ଷକ ଶିଶିର ଦାସ ଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନା ଓ ଫୂଡ଼କୋର୍ଟ ପ୍ରଦର୍ଶନୀ ହୋଇଯାଇଛି. ତତ ସହିତ ଅଭିଵାବକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି. ଏଥିରେ ଛାତ୍ର ଛାତ୍ରୀ ମାନେ ଏକ ଫୂଡ଼ କୋୖର୍ଟ ସ୍ଥାପନ କରି ବିଭିନ୍ନ ରକମର ସୁସ୍ୱାଦ କମ ଖର୍ଚ୍ଚ ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ କରିଥିଲେ. ସାଗୁ ପକୋଡା, ମାଣ୍ଡିଆ ଲଡ଼ୁ, ମ୍ୟାଗି ପକୋଡା, ଝାଲ ମୁଗ, ମାଠପୁଳି ଇତ୍ୟାଦି ପ୍ରଦର୍ଶନ କରି ଅଭିଭାବକ ଓ ଅତିଥି ମାନଙ୍କୁ ବୁଝାଇ ଥିଲେ. ସାହିତ୍ୟ ସୃଜନୀ ରେ ବାଣପୁର ର ବିଭିନ୍ନ କବି ଓ ଶିଳ୍ପୀ ଯଥା ପଣ୍ଡିତ ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ, କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ନାଟ୍ୟକାର ପର୍ଶୁରାମ ହରିଚନ୍ଦନ ଙ୍କ ସମ୍ପର୍କ ରେ ଆଲୋକପାତ କରିଥିଲେ. ଉକ୍ତ ଉତ୍ସବ କୁ ପି ଟି ଏ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଦାସ ଉଦଘାଟନ କରିଥିଲେ. ଶିକ୍ଷକ ସମର କେଶରୀ ଜେନା ଓ ମହେଶ୍ୱର ଜେନା ବିଚାରକ ଭାବେ କାର୍ଯ୍ୟ କରିବା ସଂଗେ ଅଭିଭାବକ ସମ୍ମିଳନୀ ରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ଶିକ୍ଷକ ଶିଶିର ଦାସ, ରାଜ ରାଉତରାୟ, ସୁପ୍ରଭା ମହାନ୍ତି ପ୍ରମୁଖ ବାଲ୍ୟ ବିବାହ ରୋକିବା,ଆସ ପଢିବା ଓ ବଢିବା, ପରୀକ୍ଷା ପେ ଚର୍ଚ୍ଚା, ବୁଲା କୁକୁର ର ସୁରକ୍ଷା ସମ୍ପର୍କ ରେ ଆଲୋଚନା କରିଥିଲେ।
ରାଜ୍ୟ
ସାହିତ୍ୟ ସୃଜନୀ କ୍ରୀଡାଙ୍ଗନା ବାର୍ଷିକ ଉତ୍ସବ
- Hits: 5











