ହେଡଲାଇନସ୍:

୨୭ତମ ଐତିହାସିକ ଜଗତସିଂହପୁର ପୁସ୍ତକମେଳା ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର,୧୫/୦୧.୨୦୨୬ ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୨୭ତମ ଜଗତସିଂହପୁର ପୁସ୍ତକମେଳା -୨୦୨୬ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଭାଗିରଥି ଦାସଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ ପୂର୍ବରୁ ଲେଖାଟିଏ ପଢି ପାଠକମାନେ ପ୍ରେରଣା ଦେଉଥିଲେ । ବର୍ତ୍ତମାନ ସମୟରେ ପାଠକୀୟ ପ୍ରେରଣା ଆଉ ଆଗପରି ନାହିଁ । ବର୍ତ୍ତମାନ ସମୟରେ ମୋବାଇଲ୍ ଯଦିଓ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ମୋବାଇଲରେ ଜ୍ଞାନର ଭଣ୍ଡାର ନାହିଁ କେବଳ ଜ୍ଞାନର ପ୍ରଚାର ଅଛି । ମୋବାଇଲ୍ ପାଖରେ ଆମେ ସମସ୍ତେ କ୍ରୀତଦାସ ପାଲଟି ଯାଇଛୁ। ଏହି ଅବସରରେ ସେ ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ଆଦର ରଖିବା ପାଇଁ ଆହ୍ଵାନ ଦେବା ସହ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ ।‌ ଏହି ଉଦଘାଟନ ଅବସରରେ ଉତ୍ସବରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ.ସୋନାଲ୍ ଅଧ୍ୟକ୍ଷତା କରିଥିଲେ । ଏହି ଉଦଘାଟନ ସଭାରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଥିଲେ ପୁସ୍ତକର ମହକ ସବୁବେଳେ ରହିଛି,ଯାହାକି ଆଉ କେଉଁଥିରେ ନଥାଏ ‌। ବହିର ମଧ୍ୟ ଏକ ସ୍ବତନ୍ତ୍ର ବାସ୍ନା ଥାଏ । ଜଗତସିଂହପୁର ମାଟିରେ ସାରସ୍ଵତ ସାଧକ ମାନଙ୍କର ଅଭାବ ନାହିଁ । ଆମେ ସମସ୍ତେ ସେହି ମାନଙ୍କ ପଦାଙ୍କ ଅନୁସରଣ କରିବା ଉଚିତ୍ । ଖୁବ୍ ଶୀଘ୍ର ଜଗତସିଂହପୁର ସଦରମହକୁମାରେ ମାଟିର ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି ବିଧାୟକ ଏହି ଅବସରରେ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା କହିଥିଲେ ଅବିଭାବକ ମାନେ ପିଲାମାନଙ୍କୁ କେବଳ ପାଠ୍ୟପୁସ୍ତକ ଉପରେ ଅତ୍ୟଧିକ ଧ୍ୟାନ ନ ଦେଇ ସମୟ ସମୟରେ କିଛି ମହାପୁରୁଷଙ୍କ ଜୀବନୀ ତଥା ସମାଜରେ ସଂସ୍କାର ଆଣିପାରୁଥିବା ଭଳି ପୁସ୍ତକ ପଢିବା ପାଇଁ ଉତ୍ସାହିତ କରିବା ଉଚିତ୍ । କାରଣ ଏଭଳି ପୁସ୍ତକ ପଠନ ଦ୍ଵାରା ଚରିତ୍ର ମାର୍ଜିତ ହୋଇଥାଏ । ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଗୋଟିଏ ଭଲ ପାଠାଗାରର ବ୍ୟବସ୍ଥା କରିବା ପାଇଁ ଏହି ଅବସରରେ ସେ ପରାମର୍ଶ ଦେଇଥିଲେ । ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ପୁସ୍ତକ ଆମକୁ ଏହିଭଳି ମଞ୍ଚରେ ଛିଡା କରାଇବାରେ ସହାୟକ ହୋଇଛି । ଆମେ ଶିକ୍ଷାରେ ଯେତେ ଅତ୍ୟାଧୁନିକ ହେଲେ ମଧ୍ୟ ଧଳା କାଗଜ ଓ କଲମ କାଳିର ସ୍ବତନ୍ତ୍ରତା ପୂର୍ବରୁ ଥିଲା ଏବଂ ଏବେ ମଧ୍ୟ ରହିଛି । ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକର ଚାହିଦା ପୂର୍ବ ପରି ଏବେ ବି ରହିଛି, ଯେଉଁଥିପାଇଁ ପୁସ୍ତକମେଳା ଗୁଡିକ ସଫଳ ହୋଇପାରୁଛି । ପୁସ୍ତକ ହିଁ ମଣିଷ ଜୀବନକୁ ଶୃଙ୍ଖଳିତ କରିଥାଏ । ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ.ସୋନାଲ୍ କହିଥିଲେ କେବଳ ଆମ ଭାରତୀୟ ସଂସ୍କୃତିରେ କେବଳ ମୋକ୍ଷର ମାର୍ଗ ରହିଛି ଯାହାକି ଅନ୍ୟ କୌଣସି ପାଶ୍ଚାତ୍ୟ ସଂସ୍କୃତିରେ ଦେଖିବାକୁ ମିଳେନାହିଁ । ଆମେ ଯେତେବେଳେ ପୁସ୍ତକ ପଠନ କରୁଛେ ପୁସ୍ତକର ପ୍ରତିଟି ପୃଷ୍ଠାକୁ ଗଭୀର ଭାବେ ଅନୁଶୀଳନ କରିବା ଉଚିତ୍ । ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଡଃ ବିରଞ୍ଚିନାରାୟଣ ରଥ ଵେଦପାଠ କରିଥିଲେ । ପରିଷଦର ସଂପାଦକ ଶାରଦା ପ୍ରସାଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଆଜିର ଆସର ବିଶିଷ୍ଟ ରାଜନୀତିଜ୍ଞ ତଥା ଜଗତସିଂହପୁରର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ମଲ୍ଲିକ ଙ୍କ ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ ହୋଇଥିଲା।
ଏହି ଅବସରରେ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀଙ୍କ ଦ୍ବାରା ଅନୁବାଦିତ ଶରତ ଚନ୍ଦ୍ରଙ୍କ "ପରିଣୀତା "କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପରିଶେଷରେ ପରିଷଦର ଯୁଗ୍ମ ସମ୍ପାଦକ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରୁ ଶାରଳା ଜ୍ୟୋତି ଅଣାଯାଇଥିଲା । ସ୍ଥାନୀୟ ପୁରୋହିତପୁର ଛକ ନିକଟରେ ଜ୍ୟୋତି ପହଞ୍ଚିବାପରେ ପରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ନିଆଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପୁସ୍ତକ ମେଳା ପରିସରରେ ସ୍ଥାପନ କରାଯାଇଥିଲା । ଏହି ଜ୍ୟୋତି ଶୋଭାଯାତ୍ରାରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଜେ.ସୋନାଲ୍, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ,ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜଗତସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ,ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ସମାଜସେବୀ ନଟବର ବାରିକ, ମହେନ୍ଦ୍ର କୁମାର ଆଚାର୍ଯ୍ୟ,ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ,ଶିକ୍ଷାବିତ ନିକୁଞ୍ଜ କିଶୋର ବେହେରା,ସୁବାସ ଚନ୍ଦ୍ର ରାଉତ, ପ୍ରଦୀପ୍ତ କିଶୋର ଚୌଧୁରୀ,ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଡ଼ ଜ୍ୟୋତିର୍ମୟୀ ମହାନ୍ତି,ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ ,ସଂପାଦକ ଶାରଦା ପ୍ରସାଦ ଦାସ,ଯୁଗ୍ମ ସମ୍ପାଦକ ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ମନୋଜ କୁମାର ଦାଶ, ଗୋପାଳକୃଷ୍ଣ ମିଶ୍ର,ମାନସ୍ କୁମାର କାନୁନଗୋ,ମାନସ ରଥ,, ନାଟ୍ୟ…

0
0
0
s2sdefault