ହେଡଲାଇନସ୍:

ହେରଫେର ଓଜନରେ ଧାନ କିଣା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର, ୧୪-୦୧-୨୬. ରାଜଗାଙ୍ଗପୁର ଲ୍ୟାମ୍ପସ ଜରିଆରେ ଧାନକିଣା ଆରମ୍ଭ ହୋଇଛି। ଲ୍ୟାମ୍ପସର ୪ଟି କେନ୍ଦ୍ର ଅଲଣ୍ଡା, କୁନମୁରୁ, ଝଗରପୁର ଓ କୁଟୁନିଆଁରେ ଧାନକ୍ରୟ ହେଉଛି। ମାତ୍ର କ୍ରୟବେଳେ ବସ୍ତାର ଧାନକୁ କମ୍ ଦର୍ଶାଯାଉଥିବା ଅଭିଯୋଗ ହେଉଛି। ଯଦି କୌଣସି ଚାଷୀଙ୍କର ୫୧ କ୍ରିଣ୍ଟାଲ ୫୦ କେଜି ହେଉଛି ତାକୁ ୫୧ କ୍ସିଣ୍ଟାଲ ବୋଲି ଦର୍ଶାଯାଉଛି। ଯାହାଫଳରେ ପ୍ରତି ଟ୍ରକ୍‌ରେ ୫ରୁ ୬ ଦ୍ବିଣ୍ଟାଲ ଅଧିକ ଧାନ ମିଲକୁ ଯାଉଛି। ଏହି ଅଧିକ ଧାନର ପ୍ରାପ୍ୟ ହଡ଼ପ ହେଉଥିବା କୁହାଯାଉଛି| ପ୍ରତିଦିନ ଟ୍ରକ୍ ପିଚ୍ଛା ୧୦ରୁ ୧୨ ହଜାର ଟଙ୍କାର ଧାନ ଏହିପରି ଭାବେ ହଡ଼ପ ହେଉଛି। ଯଦି ବିଭାଗ ପକ୍ଷରୁ ଟ୍ରକ୍‌କୁ ଦିଆଯାଇଥିବା ଟିପିର ଓଜନ ଓ ପ୍ରକୃତ ଓଜନର ଯାଞ୍ଚ କରାଯିବ ତେବେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଜଣେ ଅଧିକାରୀ ନିଜର ନାଁକୁ ଗୋପରଖି ସୂଚ ଦେଇଛନ୍ତି । ସେହିପରି ରାଜ୍ୟ ସରକାର ଗାଡ଼ିରୁ ଧାନ ଅନ୍‌ଲୋ ଓ ଲୋଡ୍ ବାବଦ ଅର୍ଥ ମଧ୍ୟ କମ୍ ଦିଆଯାଉଥିବା ଅଭିଯୋଗ ହେଉଛି | ରାଜଗାଙ୍ଗପୁର ଲ୍ୟାମ୍ପସରେ ବର୍ତ୍ତମାନ ସୁଦ୍ଧା ୩ ହଜାର ଦ୍ବିଣ୍ଟାଲରୁ ଅଧିକ ଧାନ ସଂଗ୍ରହ ହୋଇଥିବା ସୂତ୍ରରୁ ଜ ଜଣାପଡ଼ିଛି। ଏ ବାବଦରେ ୩ ଲକ୍ଷ ଟଙ୍କାରୁ ଅଧିକ ଆତ୍ମସାତ୍ ହୋଇଥିବ ଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଏଆର୍‌ସିଏସ୍ ମୋହନ ଚରଣ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସବୁ ଘଟଣା ତାଙ୍କ ନଜରକୁ ଆସିନାହିଁ । ତାଙ୍କ ପାଖକୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି

0
0
0
s2sdefault