ହେଡଲାଇନସ୍:

ପୁରୀରେ ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ୭୭ତମ ଜନ୍ମଜୟନ୍ତୀ ଭକ୍ତିମୟ ପରିବେଶରେ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୧୫/୧ (ଅନିମେଶ ପଟ୍ଟନାୟକ) : ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ରାଘବ ପରିବାର ଓଡ଼ିଶା ପକ୍ଷରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର, ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମ ବିଭୂଷଣ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କ ୭୭ତମ ଜନ୍ମଜୟନ୍ତୀ ଭକ୍ତିମୟ ପରିବେଶରେ ପାଳିତ ହୋଇଛି।

ଏହି ଅବସରରେ ଗତ ନଅ ଦିନ ଧରି ଚାଲିଥିବା ଶ୍ରୀରାମଚରିତମାନସ ନବାହ୍ନ ପାରାୟଣ ସଫଳତାର ସହିତ ଉଦଯାପିତ ହୋଇଥିଲା। ଉତ୍ସବ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ, ତଥା ଜଗତଗୁରୁଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ନେବଳ ଦାସ ମଠର ମହନ୍ତ ଡଃ ରାମଚରଣ ଦାସ, ହାତୀଆଖଡ଼ା ମଠର ମହନ୍ତ ସୁଖରାମ ଦାସ, ପଣ୍ଡିତ ସୌମ୍ୟରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣଚନ୍ଦ୍ର ଦାସଜୀ ମହାରାଜ ପ୍ରମୁଖ ସନ୍ନ୍ୟାସୀ ଓ ବିଦ୍ୱାନମାନେ ଯୋଗଦେଇ ଜଗତଗୁରୁଙ୍କ ଦୀର୍ଘାୟୁ କାମନା କରିଥିଲେ।

ଏହି ଅବସରରେ ଗ୍ରାମବାସୀମାନଙ୍କ ଦ୍ୱାରା ଭଜନ–କୀର୍ତ୍ତନ ଆୟୋଜିତ ହୋଇଥିବାବେଳେ ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଜଗତଗୁରୁଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବାୟୁଯାନ ମାଧ୍ୟମରେ ରାଜସ୍ଥାନର ଜୟପୁରରେ ଅବସ୍ଥିତ ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ପ୍ରଦାନ କରିଥିଲେ।

0
0
0
s2sdefault