ହେଡଲାଇନସ୍:

ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପରିସରରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରି ସରକାରୀ ବୃତ୍ତି-୨୦୨୫ ରେ କୃତିତ୍ତ୍ଵ ଅର୍ଜନ କରିଥିବା ଶିଶୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ପଞ୍ଚମଶ୍ରେଣୀର ଛାତ୍ରୀ ବ୍ଳକ ସ୍ତରରେ ପ୍ରିୟାଂଶୀ ସାଇ- ୧ମ, ବାଣୀ ଶ୍ରୀ ଚଉଧୁରୀ-୩ୟ, ସ୍ୱାଗତିକା ତ୍ରିପାଠୀ- ୪ର୍ଥ ସ୍ଥାନ ପ୍ରାପ୍ତ ହୋଇଥିବାବେଳେ ତୃତୀୟ ଶ୍ରେଣୀ ଛାତ୍ରୀ ଅନ୍ବେଷା ପ୍ରିୟ ଦର୍ଶନୀ ସାହୁ-୧ମ, ସ୍ଵର୍ଣ୍ଣପ୍ରଭା ପାତ୍ର-୫ମ ଏବଂ ଅନଗ୍ରସର ଭିତ୍ତିରେ ଅଂଶୁମାନ ମହାରଣା-୩ୟ ସ୍ଥାନ ଅଧିକାର କରିଥିବାରୁ ଉପଦେଷ୍ଟା ରବୀନ୍ଦ୍ରନାଥ ରଥ ଓ ମଧୁସୂଦନ ମହାପାତ୍ର ଅନୁଷ୍ଠାନ ପରିସରରେ ଏହି ଶିଶୁମାନଙ୍କୁ ପୁଷ୍ପଗୁଚ୍ଛ, ପ୍ରବନ୍ଧ ପୁସ୍ତକ ଓ ଉପଢୌକନ ଦେଇ ପୁରସ୍କୃତ କରିବାସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନୁଷ୍ଠାନର ପରିଚାଳନା ସମିତି ଓ ପ୍ରଧାନାଚାର୍ଯ୍ୟ ସମେତ ସମସ୍ତ ସେବାବ୍ରତୀ ସମସ୍ତଙ୍କୁ ଶିଶୁମନ୍ଦିର ତରଫରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

0
0
0
s2sdefault