(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲା ଗୁଣପୁର ନଗରର ହିନ୍ଦୁ ସମ୍ମିଳନୀ ଆସନ୍ତା ୨୫ ତାରିଖରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବଡଦାଣ୍ଡ ଠରେ ଅନୁଷ୍ଠିତ ହେବ । ଏଥି ଲାଗି ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସହରର ମାନ୍ୟଗନ୍ୟ ବ୍ୟକ୍ତି ଏବଂ ଲୋକ ପ୍ରତିନିଧି ମାନେ ଯୋଗଦେଇ କାର୍ଯ୍ୟକ୍ରମ କିପରି ସଫଳ ଏବଂ ବିଶାଳ ଭାବେ କରାଯିବ ସେନେଇ ବିସ୍ତୃତ ଆଲୋଚନା କରା ଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ ଏବଂ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯିବା ସହ ସେମାନଙ୍କ କାର୍ଯ୍ୟ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ରଘୁନାଥ ଗମାଙ୍ଗ, ଅକ୍ଷୟ ଦାସ, ୱାଇ.ଗଣପତି, ଶିବ ପ୍ରସାଦ ଗୌଡ, ନନ୍ଦି କେଶ୍ୱର ଚୌଧୁରୀ, ବି,ଗଜପତି ରାଓ, ଉମା ଚରଣ ପଟ୍ଟନାୟକ, ତ୍ରିପତି ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଉମା ଶଙ୍କର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ହିନ୍ଦୁ ସମ୍ମିଳନୀରେ ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରର ସାଧୁ ସନ୍ଥ ମାନେ ଯୋଗ ଦେବାକୁ ସ୍ଥିର କରାଯାଇଥିଲା । ଜ୍ଞାନ ଯଜ୍ଞ, ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ କରାଯିବା ପାଇଁ ସ୍ଥିର ହୋଇଥିଲା । ଏହାର ପରିଚାଳନା ପାଇଁ ବିଭିନ୍ନ କମିଟି ଯଥା ଅଭ୍ୟର୍ଥନା କମିଟି, ପରିଚାଳନା କମିଟି, ବ୍ୟବସ୍ଥା କମିଟି, ଅର୍ଥ ଆଦାୟ କମିଟି, ପ୍ରଚାର ପ୍ରସାର କମିଟି ମାନ ମାନ୍ୟଗନ୍ୟ ବ୍ୟକ୍ତି ଏବଂ ଯୁବ ପିଢୀଙ୍କୁ ନେଇ ଗଠନ କରାଯାଇଥିଲା । ସିମେଣ୍ଟ ବ୍ୟବସାୟୀ ପ୍ରଫୁଲ ମିଶ୍ରଙ୍କ ପୁତ୍ର ଜଗା ମିଶ୍ରଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବନ୍ଦେ ମାତାରଂ ଗାନ କରାଯିବା ପରେ ସଭା ସାଙ୍ଗ ହୋଇଥିଲା ।











