ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅଦ୍ୟ ୧୨ ତାରିଖ ଜାନୁଆରୀ ମାସ ୨୦୨୬, ଜାତୀୟ ଯୁବ ଦିବସ ଅବସରରେ “ନିଶାମୁକ୍ତ ଯୁବା – ବିକଶିତ ଭାରତ” ଥିମ୍ ଉପରେ ଆଇ.ଏସ୍.ଆର୍.ଡି ୱାନ ଷ୍ଟପ ସେଣ୍ଟର ଭଞ୍ଜନଗର ତରଫରୁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ନୋଡାଲ ଅପର ପ୍ରାଥମିକ ବିଦ୍ୟାଳୟ କୁଲାଡ ଗ୍ରାମରେ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯୁବପିଢ଼ୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରି ସୁସ୍ଥ, ସଶକ୍ତ ଓ ଦାୟିତ୍ୱଶୀଳ ଯୁବ ଭାରତ ଗଢ଼ିବା।
ଏହି ଅବସରରେ ଶ୍ରୀମତୀ ସୁନିତା ରଥ, କେନ୍ଦ୍ର ପ୍ରଶାସିକା, ଆଇ.ଏସ୍.ଆର୍.ଡି ୱାନ ଷ୍ଟପ ସେଣ୍ଟର୍ ଭଞ୍ଜନଗର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୁବିସ୍ତାର ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯୁବମାନଙ୍କୁ ନିଶାଦ୍ରବ୍ୟର ଦୂଷ୍ପ୍ରଭାବ ,କୁ ପ୍ରଭାବ ସମ୍ପର୍କରେ ସଚେତନ କରିବା, ସକାରାତ୍ମକ ଜୀବନଶୈଳୀ ଓ ସ୍ୱସ୍ଥ ଅଭ୍ୟାସ ଗ୍ରହଣକୁ ପ୍ରୋତ୍ସାହନ ଦେବା,
ନୀତିନିଷ୍ଠ, ଶିକ୍ଷିତ ଓ ସଶକ୍ତ ଯୁବପିଢ଼ୀ ମାଧ୍ୟମରେ ବିକଶିତ ଭାରତ ଗଢ଼ିବା ଏହି କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରି ଶ୍ରୀମତୀ ଗୀତାଞ୍ଜଳି ବଡମୁଣ୍ଡି ଜାତୀୟ ଯୁବ ଦିବସର ଗୁରୁତ୍ୱ ଓ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଅନୁସରଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସି.ଆର୍.ସି ଅବିନାଶ ପଣ୍ଡା ନିଜ ଭାଷଣରେ ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମର ସାମାଜିକ ପ୍ରଭାବ ବିଷୟରେ ଆଲୋଚନା କରି ଯୁବମାନଙ୍କ ( ଛାତ୍ରଛାତ୍ରୀ/ଯୁବକ ଯୁବତୀ) ମଧ୍ୟରେ ନିଶା ବିରୋଧୀ ଚେତନା ସୃଷ୍ଟିରେ ଶିକ୍ଷାନୁଷ୍ଠାନର ଭୂମିକା ଉପରେ ଜୋର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇ.ଏସ୍.ଆର୍.ଡି ୱାନ ଷ୍ଟପ୍ ସେଣ୍ଟର୍ ର କର୍ମଚାରୀ ସୁଶ୍ରୀ ଶ୍ରାବଣୀ ଦଳବେହେରା ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ନିଶାମୁକ୍ତ ଭାରତ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା ଏବଂ ନିଶା ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଇ ଜୋରଦାର ସନ୍ଦେଶ ପ୍ରଚାର କରାଯାଇଥିଲା ।ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରି, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଶାମୁକ୍ତ ଜୀବନଶୈଳୀ ଆପଣାଇବାର ସଙ୍କଳ୍ପ ଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ରଥ ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଆୟୋଜକ, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମଟି ସଫଳ, ସାର୍ଥକ ଓ ପ୍ରେରଣାଦାୟକ ଭାବେ ସମାପିତ ହୋଇଥିଲା।
ରାଜ୍ୟ
ଜାତୀୟ ଯୁବ ଦିବସ ଅବସରରେ ୱ।ନ୍ ଷ୍ଟପ୍ ସେଣ୍ଟର୍ ତରଫରୁ ନିଶାମୁକ୍ତ ଯୁବ ବିକଶିତ ଭାରତ କାର୍ଯ୍ୟକ୍ରମ କୁଲାଡ ଠାରେ ଅନୁଷ୍ଠିତ
- Hits: 22











