ହେଡଲାଇନସ୍:

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁଗପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବାଲ୍ ଓ କନ୍ୟା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ଯୁଗପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା ତତ୍ତ୍ଵାବଧାନରେ ବାଲ୍ ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଅତିଥି ଭାବେ ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟ ରାମାନନ୍ଦ ଦାସ , ଅବସର ପ୍ରାପ୍ତ ସୈନିକ ଶ୍ରୀ ମନୋଜ କୁମାର ଦାସ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଚଣ୍ଡୀ ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ସ୍ଥାନୀୟ ସଡ଼କ ଓ ପରିବହନ ବିଭାଗର ଏସ୍ ଆଇ ସୁଶ୍ରୀ ପ୍ରଜ୍ଞା ପାରମିତା ସିଂ ,JSS SKILL INDIA Gajapati ଶାଖାର ର କର୍ମକର୍ତ୍ତା ଶ୍ରୀଯୁକ୍ତ ଆନନ୍ଦ ବେଗରାଇ , ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପଣ୍ଡା , ସଖି ଓ୍ବାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା ଶ୍ରୀମତୀ ସୁନୀତା ବେହେରା ଓ ଶ୍ରୀମତୀ ମଧୁସ୍ମିତା ପାଢୀ , ଯୁବ ସଫ୍ଟ ଓ୍ବେୟାର୍ ଇଞ୍ଜିନିୟର ଜଗନ୍ ମୋହନ ମହାପାତ୍ର , ସ୍ଵଦେଶୀ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତା ମହେଶ ଭାଇ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପିଲାମାନଙ୍କୁ କୌଶଳ ବିକାଶ , କ୍ୟାରିୟର୍ କାଉନସେଲିଂ, ସଡ଼କ ସୁରକ୍ଷା , ସାଇବର୍ କ୍ରାଇମ୍ ସମ୍ବନ୍ଧୀୟରେ ସଚେତନତା କରାଇଥିଲେ।
କାର୍ଯ୍ୟକ୍ରମର ଶେଷରେ ପିଲାମାନଙ୍କ ମଧ୍ୟରେ କୌତୁକ ଖେଳ , ପାରମ୍ପରିକ ବେଶଭୂଷା ପ୍ରଦର୍ଶନ ଓ ଓଡ଼ିଆ ପିଠାପଣା ପ୍ରଦର୍ଶନୀ , ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

0
0
0
s2sdefault