କୁଡୁମୁଲୁଗୁମ୍ମା ସ୍ଥିତ ଗ୍ରାମ ଦେବତୀ/ ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୁରୋହିତ ଅଭିଷେକ ଶତପଥୀ ଓ ରମେଶ ଚନ୍ଦ୍ର ରଥଙ୍କ ପୈରହିତରେ ଗ୍ରାମର ମହିଳାମାନେ ମୁଣ୍ଡରେ ଜଳ କଳସ ଧରି ଏକ ଶୋଭାଯାତ୍ରାରେ ନିକଟସ୍ଥ ନଦୀରୁ ଜଳ ଆଣି ମନ୍ଦିର ପରିସରରେ ସ୍ଥାପନ କରିଥିଲେ । ଏହାପରେ ପୂରୋହୀତ ଦ୍ବୟଙ୍କ ବେଦମନ୍ତ୍ର, ଶ୍ଲୋକ ପଠନ, ବିବିଧ ପୁଜାର୍ଚ୍ଚନା , ଶ°ଖଧ୍ୱନୀ ଓ ହୁଳହୁଳି ରେ ଗଗନ ପ୍ରକମ୍ପିତ ହୋଇଥିଲା। କର୍ତ୍ତା ସନ୍ତୋଷ କୁମାର ମହାନ୍ତି ଓ ଗ୍ରାମ ଦେବୀ ମନ୍ଦିରର ପୂଜକ ସାରଙ୍ଗଧର ରାଉତ ଓ ବୀର ପାତ୍ର ପ୍ରମୁଖ ଉକ୍ତ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଅପରାହ୍ନ ୩ଟା ସମୟରେ ଦାତା ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଶଶ୍ୟ ଓ ରତ୍ନଧାତୂ ମାନ ଦାନ କରିଥିଲେ, ଯାହାକୁ ନବ ନିର୍ମିତ ମନ୍ଦିରର ଶିଖରରେ ଥିବା ରତ୍ନମୁଦରେ ସ୍ଥାପନ କରାଯାଇଥିଲା । ପରେ ପରେ ଗ୍ରାମ ବାସୀମାନେ ଆନନ୍ଦ ବଜାରରେ ମାଁ ଠାକୁରାଣୀ ଙ୍କ ଅନ୍ନ ପ୍ରସାଦ ପ୍ରାପ୍ତ କରିଥିଲେ । ଆଜିର ଏହି ପବିତ୍ର କାର୍ଯ୍ୟକ୍ରମ କୁ ଗ୍ରାମର ନୀହାରକାନ୍ତ ଦାସ,ରମେଶ ଚନ୍ଦ୍ର ନେଲୁର୍ , ଭଗବାନ ସାହୁ, ଜ୍ୟୋତି ରଞ୍ଜନ ବେହେରା, ଅକ୍ଷୟ କୁମାର ହୋତା,ସନ୍ତୋଷ ସ୍ୱାଇଁ, ଶିବାଜୀ ସ୍ୱାଇଁ, ଗୋପିନାଥ ଦାସ, କାହ୍ନୁ ଚରଣ ସାହାଣୀ,ନାଭିଦତ୍ତ ସାହାଣୀ , ଦେବେନ୍ଦ୍ର ରାଉତ,ଦିବାକର ସାହୁ ,ବିଜୟ ପଟ୍ଟନାୟକ, ପ୍ରଭାକର ଜେନା, ରମାକାନ୍ତ ଧାକଡ,ୱ।ଇ. ଶ୍ରୀଧର ମୁର୍ତ୍ତୀ , ରାଜେନ୍ଦ୍ର ପାତ୍ର,ଅନୁପ କୁମାର ଦାସ,ସୁଭମ ସ୍ୱାଇଁ ଓ ଚିତ୍ତରଞ୍ଜନ ସାହୁ ପ୍ରମୁଖ ସ୍ବେଛାସେବୀ ଭାବେ ନିଜ ନିଜର ଦାୟିତ୍ଵ ତୁଲାଇଥିଲେ ।
ରାଜ୍ୟ
କୁଡୁମୁଲୁଗୁମ୍ମା ଗ୍ରାମ ଠାକୁରାଣୀ ମନ୍ଦିର ଶିଖରରେ ରତ୍ନମୁଦ ସ୍ଥାପନା ଉତ୍ସବ
- Hits: 11











