ବିଜେପୁର :- ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣର ୧୦୦୦ ବର୍ଷ ଏବଂ ପୁନଃ ମନ୍ଦିର ନିର୍ମାଣର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସହନଶୀଳତା, ପୁନଃଉଦ୍ଧାର ଓ ନିରନ୍ତରତାର ମୂଲ୍ୟବୋଧକୁ ରଖାଙ୍କିତ କରିବା ପାଇଁ ଚଳିତ ବର୍ଷକୁ “ସୋମନାଥ ସ୍ୱାଭିମାନ ବର୍ଷ” ଭାବେ ପାଳନ କରାଯାଉଛି।ଏହି ଅବସରରେ ଆଜି ବିଜେପୁର ବ୍ଲକ ପୁଖାମୁଣ୍ଡା ଶିବ ମନ୍ଦିର ପରିସରରେ ବିଶେଷ ପୂଜାର୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳୁ ସକାଳୁ ଭକ୍ତମାନେ ମନ୍ଦିରରେ ଭଗବାନ ଶିବଙ୍କୁ ଜଳାଭିଷେକ, ପୂଷ୍ପାର୍ଚନା କରିବାର ଦେଖିବାକୁ ମିଳିଛି।
ଆୟୋଜକମାନଙ୍କ କହିବା ଅନୁସାରେ, ସୋମନାଥ ମନ୍ଦିର ଭାରତୀୟ ସଭ୍ୟତା, ସଂସ୍କୃତି ଓ ଆତ୍ମସ୍ୱାଭିମାନର ପ୍ରତୀକ। ଅନେକଥର ବିଧ୍ୱଂସ ହେବା ସତ୍ତ୍ୱେ ପୁନଃ ପୁନଃ ନିର୍ମିତ ହୋଇଥିବା ସୋମନାଥ ମନ୍ଦିର ଭାରତୀୟ ସମାଜର ଅଟୁଟ ଆତ୍ମବଳ ଓ ନିରନ୍ତରତାକୁ ପ୍ରତିବିମ୍ବିତ କରେ।ଏହି ପୂଜାର୍ଚନା ମାଧ୍ୟମରେ ଭକ୍ତମାନେ ଦେଶର ସୁଖ-ଶାନ୍ତି, ସମୃଦ୍ଧି ଓ ସାମାଜିକ ସମନ୍ୱୟ ପାଇଁ ପ୍ରାର୍ଥନା କରିଥିଲେ। “ସୋମନାଥ ସ୍ୱାଭିମାନ ବର୍ଷ” ପାଳନ ମାଧ୍ୟମରେ ଐତିହ୍ୟ ଓ ଆତ୍ମଗୌରବ ପ୍ରତି ନୂତନ ପିଢ଼ିକୁ ସଚେତନ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଛନ୍ତି।
ରାଜ୍ୟ
ସୋମନାଥ ସ୍ୱାଭିମାନ ବର୍ଷ ଅବସରରେ ପୁଖାମୁଣ୍ଡା ଶିବ ମନ୍ଦିରରେ ପୂଜାର୍ଚ୍ଚନା
- Hits: 277












