ହେଡଲାଇନସ୍:

ଲାଞ୍ଜିବେରନା ଖଣି ପାଇଁ ଜମି ଅଧୂଗ୍ରହଣ ମାମଲା: ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକଙ୍କ ପ୍ରତିନିଧୂ ମଣ୍ଡଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର ତା -୦୯-୦୧-୨୬: ସୁନ୍ଦରଗଡ ରାଜସ୍ବ ଜିଲ୍ଲା ଅଞ୍ଚଳରେ ଥିବା କୁତ୍ରା ବ୍ଲକ ଅନ୍ତର୍ଗତ ଖଟଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କେତେକ ପଟା ଜମିକୁ ଡାଲମିଆଁ ସିମେଣ୍ଟ ଭାରତ ଲିମିଟେଡ଼ ପାଇଁ ଅଧ୍ୱଗ୍ରହଣ କାରିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ଜମି ମାଲିକ ତଥା ସ୍ଥାନୀୟ ଅଞ୍ଚଳବାସୀ ମାନେ ମିଳିତ ଭାବେ ତୀବ୍ର ବିରୋଧ କରିଛନ୍ତି । ଗୋଟିଏ ପଟେ ନିଜ ଭିଟାମାଟିକୁ ନିଜ ଜୀବନଦେଇ ବଞ୍ଚାଇବା ପାଇଁ ଗ୍ରାମବାସୀଙ୍କ ଦୃଢ଼ ସଂକଳ୍ପ ଅପରପଟେ ଯେଣତେଣ ପ୍ରକାରର ଜମି ଅଧିଗ୍ରହଣ କରିବାର ଜିଲ୍ଲା ପ୍ରଶାସନର ଜିଦଖୋର ମାନସିକତା । ଜମି ଅଧ୍ବଗ୍ରହଣ ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଛି। ଶେଷରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରି ପ୍ରାୟ ୨୬ଟି ପଟାରେ ଥିବା ପ୍ରାୟ ୩୬ ଏକର ଋଷ ଜମି ଉପରେ ମେସିନ ଚଳାଇ ଗାତ ଖୋଳି ଦେଇ ଋଷ ଜମିକୁ ନଷ୍ଟ କରି ଦିଆଯାଇଛି । ଫଳରେ ଜମିରେ ଲଗାଯାଇଥିବା ଗ୍ରାମବାସୀଙ୍କ ଡାଲି ଜାତୀୟ ଫସଲ ମଧ୍ଯ ନଷ୍ଟ ହୋଇଯାଇଛି। ଏହାପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଋଲିଯାଉଥିବା ଦେଖ୍ ପ୍ରଶାସନ ସେଠାରୁ ପଛଘୁଞ୍ଚା ଦେଇ ଅଧିଗ୍ରହଣ କାର୍ଯ୍ୟକୁ ସ୍ଥଗିତ କରିଦେଇଛି। ତେବେ ଏହି ଘଟଣା

ପରେ ନିଜ ଭିଟା ମାଟିର ସୁରକ୍ଷ ପାଇଁ ପ୍ରତିଜ୍ଞା କରି ଜମି ମାଳିକଙ୍କ ସହ ଗ୍ରାମବାସୀ ମାନେ ଗତ ୧୩/୧୨/୨୦୨୫ ରଖ ଠାରୁ ସେହି ସ୍ଥାନରେ ଅର୍ଥାତ ନିଜ ଜମି ଉପରେ ରାତିଦିନ ଧାରଣାରେ ବସି ଅଧିଗ୍ରହଣ କାର୍ଯ୍ୟକୁ ଏକହୋଇ ବିରୋଧ କରିବା ସହ ଗାତ ଖୋଳି ନଷ୍ଟ କରିଦେଇଥିବା ଜମିକୁ ପୂର୍ବଭଳି ଋଷ ଉପଯୋଗୀ କରିବାର ବ୍ୟବସ୍ଥା କରିବା ପାଇଁ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ଆସନ୍ତା ୧୮/୧/୨୦୨୬ ସୁଦ୍ଧା ଜିଲ୍ଲା ପ୍ରଶାସନ ଯଦି ସେମାନଞ୍ଜ କଥା ନଶୁଣେ ତେବେ ୧୯/୧/୩୦ ୨୬ରିଖଠାରୁ ସେମାନେ ଅର୍ଥନୈତିକ ଅବରୋଧ କରିବେ ବୋଲି ମଧ୍ୟ ଗ୍ରାମବାସୀ ମାନେ ଘୋଷଣା କରିଛନ୍ତି। ଏ ସମସ୍ତ ଘଟଣା ମଧ୍ୟରେ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନରତ୍ତଗ୍ରାମବାସୀଙ୍କ ସହ ସାକ୍ଷାତ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୂର୍ଗା ଚରଣ ତନ୍ତୀ ତାଙ୍କ ପ୍ରତିନିଧ ଉମେଶ ନାଗ ଏବଂ ବାସୁ ସରଘରିଆ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀକୁ ଗତ ୮/୧/୨୦୨୬ ପଠାଇଥିଲେ | ପ୍ରତିନିଧୂ ମଣ୍ଡଳୀ ଘଟଣାସ୍ଥଳକୁ ଯାଇ ସେଠାରେ ଉପସ୍ଥିତ ଗ୍ରାମବାସୀ ତଥା

ଜମି ମାଲିକଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ। କ‌ଥାବାର୍ତ୍ତା ସମୟରେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ନିର୍ଦ୍ଧାରିତ କରିଥିବା ନିୟମାନୁସାରେ ଏଠି ଗ୍ରାମସଭା ହୋଇନ‌ଥିବାବେଳେ ଜମି ମାଲିକ ଏବଂ ପଂୟୟତରୁ ଏନ ଓ ସି ମଧ୍ଯ ନିଆଯାଇନଥିବା କଥା ଗ୍ରାମବାସୀ ମାନେ କହିଥିଲେ । କେବଳ ସେତିକି ନୁହେଁ ଅତୀତ ଦିନରେ ଜମି ଅଧିଗ୍ରହଣ ପ୍ରକ୍ରିୟାଜୁ ନେଇ ସିଏଜିଙ୍କ ଏକ ଦ୍ଵାରା ପ୍ରଦାନ କରାଯାଇଥିବା ଏକ ରିପୋର୍ଟରେ ଗ୍ରାମସଭାରେ ଜମି ଅଧିଗ୍ରହଣ ବିରୁଦ୍ଧରେ ନିଆଯାଇଥିବା ନିଷ୍ପଭିର ଉଲ୍ଲେଖ ଥିବା କଥା ପ୍ରତି ନି ଧ୍ ମଣ୍ଡଳୀ ସମ୍ମୁଖରେ ଗ୍ରାମବାସୀମାନେ ରଖୁଥିଲେ । ଆନ୍ଦୋଳନରତ ଗ୍ରାମବାସୀମାନଙ୍କ ଘ ସହିତ ପ୍ରତିନିଧୂ ମଣ୍ଡଳୀର ସଦସ୍ୟମାନେ ନଷ୍ଟ ହୋଇଯାଇଥିବା ଋଷଜମି ଅଞ୍ଚଳ ମଧ୍ୟ ବୁଲି ଦେଖୁଥିଲେ । ଘଟଣାସ୍ଥଳ ବୁଲି କ ଦେଖୁବା ସହିତ ଆନ୍ଦୋଳନରେ ବସିଥୁବା ଗ୍ରାମବାସୀଙ୍କ ସହ କଥା ହୋଇ ଫେରିଥିବା ବିଧାୟକଙ୍କ ପ୍ରତିନିଧ ମଣ୍ଡଳୀ ନିଜ ରିପୋର୍ଟ ବିଧାୟକଙ୍କୁ ପ୍ରଦାନ କରିବା ପରେ ବିଧାୟକ ଦୁର୍ଗା ଚରଣ ତନ୍ତ୍ରୀ ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ।

0
0
0
s2sdefault