ହେଡଲାଇନସ୍:

ଓପିଜିସି ତରଫରୁ ଲଖନପୁର ବ୍ଳକ ଅନ୍ତର୍ଗତ ପିପିଲିକାନି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଲଖନପୁର: ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ପିପିଲିକାନି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପିପିଲିକାନି ସରପଞ୍ଚ ଶ୍ରୀକାନ୍ତ ଦେହେରିଆ ସ୍ୱାସ୍ଥ୍ୟ ଶିବିର ଉଦଘାଟନ କରିଥିଲେ । ଏହି ଶିବିରରେ ଇବ ଥର୍ମାଲ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଂଗୀତା ପଣ୍ଡା, ଡାକ୍ତର ସଂଜୀବ ବେହେରା, ଝାରସୁଗୁଡା ରୁ ଆମନ୍ତ୍ରିତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠନାଥ କଶ୍ୟପ ଙ୍କ ସମେତ ସମ୍ବଲପୁର ରୁ ଆମନ୍ତ୍ରିତ ଭେଷଜ ବିଶେଷଜ୍ଞ ଡାକ୍ତର ବଳରାମ ଖମାରି ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ |

 ଏହି ଶିବିର ସକାଳ ୧୦. ୩୦ଟା ରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଭେଜିକୁଦ, ବେଜିବନ୍ଧ, ପଦପାଲି, ଡେଂଗସର୍ଗି , ଖୁଣ୍ଟବନ୍ଧ, ସୋଲପାଲି, ଐଁଲIପାଲି, ଖମାରଡ଼ିହି, କୁମାରବନ୍ଧ ଏବଂ ବତଲଗା, ଇତ୍ୟାଦି ଗ୍ରାମର ୨୩୪ ରୋଗୀଙ୍କୁ ରକ୍ତହୀନତା, ଶାରୀରିକ ଦୁର୍ବଳତା, ମଧୁମେହ, ଆଣ୍ଠୁଗଣ୍ଠି ଯନ୍ତ୍ରଣା,ରକ୍ତଚାପ, ଶ୍ଵାସନଳି ସଂକ୍ରମଣ, ଗ୍ୟାସ୍ଟ୍ରିକ, ପେଟବ୍ୟଥା, ରୋଗର ପରୀକ୍ଷା କରାଯାଇ ଔଷଧ ଓ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା।

 ଓପିଜିସିର ସିଏସଆର ବିଭାଗ ଏବଂ ଇବ ଥର୍ମାଲ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ସିଏସଆର ବିଭାଗର ହିମାଂଶୁ ଭୂଷଣ ବେହେରା ,ରାଜେନ୍ଦ୍ର ସା, ତାପସ ପଣ୍ଡା, ପ୍ରମୁଖ ଉପସ୍ଥିତ ରହିଥିଲେ । ଇବ ଥର୍ମାଲ ଚିକିତ୍ସାଳୟର ସୁଜାତା ନାୟକ, ରିତା ଜେମସ, ସବିତା ନାୟକ, ସନ୍ଧ୍ୟାରାଣୀ କିସାନ, ପ୍ରଭାତ ବାରିକ, ସୁମିତ କୁମାର ଶତପଥି, ଅଭିମନ୍ୟୁ ଭୋଇ, ବିଶ୍ୱଜିତ ପ୍ରଧାନ, ଶ୍ରୀଜୟ ବେହେରା, ଅକ୍ଷୟ ସାମନ୍ତରାୟ, ଉଜ୍ଜ୍ଵଳ ଦାସ, ପ୍ରବିନ ପ୍ରଧାନ ଏବଂ କର୍ଣବାଗ ଇତ୍ୟାଦି ସ୍ଵାସ୍ଥ୍ୟ ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

0
0
0
s2sdefault