ହେଡଲାଇନସ୍:

ଲୋଇସିଂହା ବ୍ଲକର ଝାରମୁଣ୍ଡା ଅଞ୍ଚଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):-ରାଜ୍ୟରେ ୧୧୮ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଆଭାଷୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି କରିଛନ୍ତି । ଏହି କ୍ରମେ ଆଜି ଲୋଇସିଂହା ବ୍ଲକର ଝାରମୁଣ୍ଡା ଅଞ୍ଚଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଡାଃ. ମୁକେଶ ମହାଲିଙ୍ଗ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସାଲୱାର, ଅତିରିକ୍ତ ଜିଲ୍ଲାପାଳ ଡାଃ ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରୁଣୀ ସୁନା, ବ୍ଲକ ଅଧ୍ୟକ୍ଷ ଜତିନ୍ଦ୍ର ପଟେଲ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ଜିଲ୍ଲାର ୧୦ଟି ଗ୍ରାମପଞ୍ଚାୟତରେ ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଙ୍ଗୋମୁଣ୍ଡା ବ୍ଲକର ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବେଲପଡା ବ୍ଲକର ବାଗଡର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଖନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲୋଇସିଂହା ବ୍ଲକର ଝାରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳ ନୋଡାଲ ଉଚ୍ଚ ବିଦ୍ୟାଳୟ, ଆଗଲପୁର ବ୍ଲକର ବକ୍ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁରିବାହଲ ବ୍ଲକର ଚନାବାହଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହଳଦୀ ଗ୍ରାମପଞ୍ଚାୟତର ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇଚ୍ଛାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରଗୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଟଣାଗଡ ବ୍ଲକର ତେଣ୍ଡାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଣ୍ଡାପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡ ବ୍ଲକର ସିଲୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ତୁରେକେଲା ବ୍ଲକର ହିଆଲ ଗ୍ରାମପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଥିଲା । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ ପାଇଁ ଏକ ଫିଡର ସ୍କୁଲ ଭାବରେ କାର୍ଯ୍ୟ କରିବ । ଯେଉଁ ସ୍କୁଲରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବେ, ୨ ଏକରରୁ ଅଧିକ ଜମି ଉପଲବ୍ଧ ହେଉଥିବ, ଏବଂ ଶିଶୁ ବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବ, ସେହି ସ୍କୁଲ ଗୁଡିକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ନିର୍ମାଣ କରାଯିବ । ବିଦ୍ୟାଳୟ ଭିତ୍ତିଭୂମିରେ ଉନ୍ନତି ଆଣିବା, ଆଧୁନିକ ଶିକ୍ଷାଦାନ ପଦ୍ଧତି ଗ୍ରହଣ କରିବା ଏବଂ ଅଭିଭାବକ, ପୂର୍ବତନ ଛାତ୍ର ଏବଂ ସ୍ଥାନୀୟ ଅଂଶୀଦାରଙ୍କ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରିବା, ଜାତୀୟ ଶିକ୍ଷା ନୀତି ୨୦୨୦( NEΡ 2020 ) ସହିତ ସମନ୍ୱୟ ରଖି, ତୃତୀୟ ଶ୍ରେଣୀ ସୁଦ୍ଧା ମୌଳିକ ଶିକ୍ଷାଗତ ଦକ୍ଷତା ହାସଲ କରିବା ପାଇଁ ମୂଳଦୁଆକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷାଧିକାରୀ ପ୍ରବୀର କୁମାର ପଣ୍ଡା, ସରପଞ୍ଚ, ସମିତି ସଭ୍ୟସଭ୍ୟା, ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ, ଶିକ୍ଷକବୃନ୍ଦ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମେତ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

0
0
0
s2sdefault