ହେଡଲାଇନସ୍:

ଜେକେ କାଗଜ କଳ ଲିମିଟେଡ୍ ର ଅ।ନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜେକେ କାଗଜ କଳ ଲିମିଟେଡ୍ ର ଅ।ନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ ।

ରାୟଗଡା:(କୋଲନରା ରୁ ଦେବୀପ୍ରସାଦ ମହାନ୍ତି )ଜେକେ କାଗଜକଳ ଲିମିଟେଡ୍ ୩ ପ୍ରଡକସନ୍ ୟୁନିଟ୍, ଜେକେ ପେପର୍ ମିଲ୍ସ, ଜେକେପୁର, ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼, ଶିରିପୁର ପେପର୍ ମିଲ୍ସ, କାଗଜ ନଗର ଓ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ, ମଧ୍ୟରେ ୟୁନିଟ୍ ସ୍ତରୀୟ T 20 କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଟୁଣ୍ଣାମେଣ୍ଟ ଟି ୦୮.୦୧.୨୦୨୬ ରୁ ଆରମ୍ଭ ହୋଇ ୧୧.୦୧.୨୦୨୬ ପର୍ୟ୍ୟନ୍ତ ଖେଳାଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜେକେ ପେପର୍ ମିଲ୍ସ ର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି (କାର୍ମିକ ) ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ।
ପ୍ରଥମ ଉଦଘାଟନୀ ମ୍ଯାଚ ଶିରିପୁର ପେପର୍ ମିଲ୍ସ, କାଗଜ ନଗର ଓ ଜେକେ ପେପର୍ ମିଲ୍ସ, ଜେକେପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜେ କେ ପେପର୍ ମିଲ୍ସ ଟିମ୍ ଟସ ଜିଣି ୨୦ ଓଭର ରେ ୬ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିବା ବେଳେ ଶିରିପୁର ଟିମ୍ ସମସ୍ତ ୱିକେଟ ହରାଇ 19.1 ଓଭର ରେ ୭୬ ସଂଗ୍ରହ କରି ଥିଲେ। ଜେଜେ ପେପର୍ ମିଲ୍ସ ଟିମ୍ ର ମହମ୍ମଦ୍ ଅବେଶ ୩୫ ବଳ ରେ ୭୨ ରନ୍ ସଂଗ୍ରହ କରି ମ୍ୟାଚ ଅଫ୍ ଦି ମ୍ୟାଚ୍ ହୋଇ ଥିଲେ। ଜେ କେ ପେପର୍ ମିଲ୍ସ ଟିମ୍ ଉଦଘାଟନୀ ମ୍ଯାଚ ରେ ବୀଜୟ ଲାଭ କରି ଥିଲା।

0
0
0
s2sdefault