ହେଡଲାଇନସ୍:

ଓଡ଼ଗାଁ ଏନ୍ଏସି ଗଣେଶ ବଜାର ଦୋକାନ ଗୃହ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୮୪ ଜଣ ଆବେଦନକାରୀ ମଧ୍ୟରୁ ପାଇବେ ୧୮ ଜଣ

  • ଲଟେରୀ ମାଧ୍ୟମରେ ସେମାନଙ୍କ ନାମ ପ୍ରକାଶ

ଓଡ଼ଗାଁ,୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଗଣେଶ ବଜାର ଦୋକାନ ଗୃହ ବଣ୍ଟନ ପ୍ରକ୍ରିୟା ଅନୁସାରେ ୮୪ ଜଣ ଆବେଦନକାରୀ ମଧ୍ୟରୁ ଲଟେରୀ ମାଧ୍ୟମରେ ଯେଉଁ ୧୮ ଜଣଙ୍କ ନାମ ବୁଧବାର ପ୍ରକାଶ ପାଇଛି। ଓଡ଼ଗାଁ ଏନ୍ଏସି କାର୍ଯ୍ୟାଳୟ ସଭା ଗୃହରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଥାନା ପୋଲିସ ଏସ୍ଆଇ ଚକ୍ରଧର ସିଂ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଯନ୍ତ୍ରୀ ସତ୍ୟନାରାୟଣ ସାହୁ ପ୍ରମୁଖଙ୍କ ସହିତ ଏନ୍ଏସି କର୍ମଚାରୀ ଏବଂ ଆବେଦନକାରୀଙ୍କ ଉପସ୍ଥିତିରେ ଲଟେରୀ ଉଠାଣ ବ୍ୟବସ୍ଥା କରାଯାଇଥିଲା ।

୮୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ଯେଉଁ ୧୮ ଜଣଙ୍କ ନାମରେ ଲଟେରୀ ଉଠିଥିଲା ସେମାନେ ହେଲେ ଗୋଲାପ ଗୌଡ଼, ଅର୍ଜୁନ ପରିଡ଼ା, ପୁଷ୍କର ସାହୁ, କଲ୍ୟାଣୀ ଦାଶ, ସୁଷମା ମହାରଣା, ସ୍ବର୍ଣ୍ଣଚମ୍ପା ସାହୁ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ପ୍ରଭାତ ପଣ୍ଡା, ରାମଚନ୍ଦ୍ର ମହାନ୍ତି, ଶିତାଳୀ ପଟ୍ଟନାୟକ, ସୁଇଟ ସାହୁ, ମନୋଜ କୁମାର ସାହୁ, ସଚ୍ଚିଦାନନ୍ଦ ସରାବ, ମିଥୁନ କୁମାର ସାହୁ, ଜିତେନ୍ଦ୍ର କୁମାର ନାୟକ, ଜିତେନ୍ଦ୍ର କୁମାର ଷଡ଼ଙ୍ଗୀ, ସଞ୍ଜୁକ୍ତା ପଣ୍ଡା ଏବଂ ସୁରେଶ କୁମାର ସାହୁ । ଅବଶିଷ୍ଟ ପ୍ରକ୍ରିୟା ସରିବା ପରେ ଏମାନଙ୍କୁ ଦୋକାନ ଗୃହ ହସ୍ତାନ୍ତର କରାଯିବ। ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏହି ଗୃହ ଗୁଡ଼ିକ ବଣ୍ଟନ ପରେ ଏନ୍ଏସିର ସ୍ଥାୟୀ ଆୟରେ ବୃଦ୍ଧି ସାଙ୍ଗକୁ ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ମିଳିବ।

0
0
0
s2sdefault