ହେଡଲାଇନସ୍:

ଜିଲ୍ଲାସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ବୁଲା ଗୋରୁ ଓ କୁକୁରଙ୍କୁ ଧରିବା ପାଇଁ କେନ୍ଦୁଝରଗଡ଼ ପୌରପାଳିକାକୁ ୨୫ଲକ୍ଷ ଟଙ୍କା ଅର୍ଥ ରାଶି ଦେଲେ ସିଡିଭିଓ

  • -ବିଭିନ୍ନ କ୍ଷେତ୍ରରେ ସଫଳ ମତ୍ସ ଓ ଚାଷୀଙ୍କୁ ସମ୍ବର୍ଦ୍ଧନା


କେନ୍ଦୁଝର,ତା୭/୧- ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡିଆରେ ମତ୍ସଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା ବୁଧବାର ସନ୍ଧ୍ୟାରେ ଦିନ ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସ୍ଥା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଯୋଗଦେଇ ଏହି ମେଳା ମତ୍ସ ଓ ଗୋପାଳନ, ବତକ କୁକୁଡ଼ା ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପୃଥ୍ଵୀରାଜ ମଣ୍ଡଳ ନିଜ ବକ୍ତବ୍ୟ ମାଧ୍ୟମରେ ଗୋ ସମ୍ପଦ ବିନା କୃଷିର ସ୍ଥିତି ନାହିଁ ବୋଲି କହିବା ସହିତ କେନ୍ଦୁଝର ଜିଲ୍ଲାର ମୃତ୍ତିକାରେ ଅମ୍ଳ ରହୁଥିବାରୁ ମାଟି ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଥିଲେ।ମତ୍ସ ଉପ ନିର୍ଦେଶକ ପ୍ରମୋଦ କୁମାର ରାଉତ,କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଲଳିତ କୁମାର ନାୟକ,ଆନନ୍ଦପୁର ସହକାରୀ ପ୍ରାଣୀ ଅଧିକାରୀ ଚିନ୍ମୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କେନ୍ଦୁଝର ସହରରେ ବୁଲୁଥିବା ଗୋରୁ ଓ କୁକୁରଙ୍କୁ ଧରିବା ପାଇଁ ଆବଶ୍ୟକ ହେଉଥିବା ଏକ ଗାଡି କିଣିବା ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସିଡିଭିଓ ୨୫ଲକ୍ଷ ଟଙ୍କାର ଏକ ଚେକ କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।ମତ୍ସ ଓ ପ୍ରାଣୀ ସମ୍ପଦ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଚାଷୀମାନଙ୍କ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ସହକାରୀ ମତ୍ସ ଅଧିକାରୀ ବିରେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୁକୁଡ଼ା ପାଳନ କ୍ଷେତ୍ରରେ କୃତିତ୍ୱ ପାଇଁ ଘଟଗାଁ ବ୍ଲକର ଦୀପାଳି ମହାରଣା,ଛେଳି ଓ କୁକୁଡ଼ା ଖାଦ୍ୟ ପାଇଁ ସଦର ବ୍ଲକ କାଠବାଉଁଶୁଳିର ବିଜୟଲଷ୍ମୀ ସ୍ଵଂୟ ସହାୟକ ଗୋଷ୍ଠୀ,ମତ୍ସ ପୋଖରୀ ଯୋଜନା ପାଇଁ ହାଟଡିହି ବ୍ଲକର ଇନ୍ଦ୍ରମଣି ସା, ବାଇଓଫ୍ଲକ୍ସ ପାଇଁ ଘସିପୁରା ବ୍ଲକର ସଂଯୁକ୍ତା ପହି, ଗୋ ଆହେଡ଼ ପାଇଁ ବିଭିନ୍ନ ଉଦ୍ୟୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଷ୍ଟଲ ଭାବରେ କୃଷି ବିଜ୍ଞାନ କେନ୍ଦ୍ର କେନ୍ଦୁଝରକୁ ପୁରସ୍କୃତ କରାଯାଇଥିଲା। ଏହି ମେଳାରେ ବିଭିନ୍ନ ବିଭାଗର ମୋଟ ୨୭ଟି ଷ୍ଟଲ ପଡିଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ ଓ ବୈଜ୍ଞାନିକମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗୋପାଳନ ଏବଂ ମତ୍ସ ପାଳନରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗିତା ଉପରେ ଆଲୋଚନା କରିବା ସହ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଶେଷ ଦିବସରେ ମଧ୍ୟ ଜିଲ୍ଲାର ବିଭିନ୍ନ କଳା ଓ ସାଂସ୍କୃତିକ ସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault