କଟକ ତା ୦୭.୦୧.୨୦୨୬ ରିଖ – ଢେଙ୍କାନାଳ ଦଲାରର ଗୁଡୁଲି ବେହେରା । ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ କଟକ ଗୋପାଳପୁରଠାରେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀ ପ୍ରାଣ ହରାଇବା ପରେ ନିଃସହାୟ ହୋଇଯାଇଥିଲେ ଗୁଡୁଲି । ଘରେ ଶାଶୁ ଓ ପକ୍ଷାଘାତ ପିଡୀତ ଶ୍ୱଶୁର ଏବଂ ଆଠ ବର୍ଷ ଓ ପାଂଚ ବର୍ଷର ଦୁଇଟି ଝିଅ । ଘରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇବା ପରେ ଘର ଚଳାଇବା ପାଇଁ ଖୁବ୍ କଷ୍ଟର ସମ୍ମୁଖୀନ ହୋଇଥିଲେ ସେ । ଆଇନ୍ଜୀବୀ ଜୀବନଜ୍ୟୋତି ଯାଦବ ଓ ସ୍ୱାଗତିକା ପଣ୍ଡାଙ୍କ ସହଯୋଗରେ କଟକ ଜିଲ୍ଲାପାଳଙ୍କ ନିକଟରେ ଦୁର୍ଘଟଣାଜନିତ ସହାୟତା ରାଶି ପାଇଁ ସେ ଆବେଦନ କରିଥିଲେ । ପରିବାର ଚଳାଇବା ପାଇଁ ସେ ଆଗକୁ କଣ କରିବେ ବୋଲି ଜିଲ୍ଲାପାଳ ପଚାରି ବୁଝିବା ସମୟରେ ସେ ସିଲେଇ ମେସିନ୍ କିଣି ଆତ୍ମନିର୍ଭର ହେବାକୁ ଚାହୁଁଥିବା ପ୍ରକାଶ କରିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଜିଲ୍ଳାପାଳ ତୁରନ୍ତ ପରିବାର ପ୍ରତିପୋଷଣ କରିବା ନିମନ୍ତେ ତାଙ୍କୁ ରେଡକ୍ରସ ପାଣ୍ଠିରୁ ସିଲେଇ ମେସିନ୍ କିଣି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅତିରିକ୍ତ ଜିଲ୍ଳାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ ଗୁଡୁଲିଙ୍କୁ ଏହି ସିଲେଇ ମେସିନ୍ ପ୍ରଦାନ କରିଛନ୍ତି । ଏଥିସହ ସେ ଚାହିଁଲେ ତାଙ୍କୁ ସିଲେଇ ତାଲିମ୍ ପ୍ରଦାନ କରିବା ନିମନ୍ତେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ । ପରେ ସମସ୍ତ ସରକାରୀ କାର୍ଯ୍ୟକଳାପ ଶେଷ ହେବା ପରେ ଅଜଣା ଗାଡି ଧକାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।
ରାଜ୍ୟ
ଜିଲ୍ଳାପାଳଙ୍କ ସହାୟତାରେ ଜୀବିକା ପାଇଲେ ଅସହାୟା ମହିଳା
- Hits: 6











