କେନ୍ଦୁଝର,ତା୩୦/୧୨- ସ୍ଥାନୀୟ କଲେଜରୋଡସ୍ଥ ବଣିଆପାଟ ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଅଛି। ଏହି ଉତ୍ସବ ଚଳିତ ଡିସେମ୍ବର ୨୮,୨୯,୩୦ ତାରିଖ ତିନି ଦିନ ଧରି ବିଦ୍ୟାଳୟ ପରିସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟିତ କରି ବର୍ତ୍ତମାନ ସମାଜରେ ଶିଶୁମନ୍ଦିର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ତିନିଦିନ ବିଭିନ୍ନ କାର୍ଯ୍ୟକ୍ରମ ମାନ ରହିଥିଲା। ପ୍ରଥମେ ଗାୟତ୍ରୀ ଯଜ୍ଞ, ମାତୃ ସମ୍ମିଳନୀ, ଉଦଘାଟନ ସମାରୋହ, ସାନ୍ଧ୍ୟ କାର୍ଯ୍ୟକ୍ରମ, ପୁରାତନ ଛାତ୍ର ସମ୍ମିଳନୀ, ଅଭିଭାବକ/କାର୍ଯ୍ୟକର୍ତ୍ତା/ସଂଘ ସମନ୍ବୟ ଓ ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ଦୁଇଦିନ ଧରି ଯୋଗଦେଇ ଜାତୀୟ ଶିକ୍ଷାନୀତି ସମାଜରେ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେହିଭଳି ଶିକ୍ଷାବିକାଶ ସମିତି ଓଡିଶାର ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର ମଧ୍ୟ ଯୋଗଦେଇଥିଲେ। ମାତୃ ସମ୍ମିଳନୀରେ କେନ୍ଦୁଝର ଓ ପୌରପାଳିକାର ପୌରାଧ୍ୟକ୍ଷା ନିକୁ ସାହୁ, ମୁଖ୍ୟବକ୍ତା ଭାବେ ମନ୍ଦାକିନୀ ବେହେରା,ସମ୍ମାନିତ ଅତିଥି ଭାବେ ପୂର୍ବତନ ଛାତ୍ରୀ ଇ॰ ଭାଗ୍ୟଲିପି ଦାଶ ଓ ଡଃ ଶୁଭସ୍ମିତା ସାହୁ ଯୋଗଦେଇଥିଲେ। ଉଦଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ଆଞ୍ଚଳିକ ଭବିଷ୍ୟନିଧି ଆୟୁକ୍ତ ଗୌରବ ମହାନ୍ତି, ତେଲକୋଇ ବିଧାୟକ ଡା. ଫକିର ମୋହନ ନାଏକ, ସମାଜସେବୀ ଶୁକଦେବ ମହାନ୍ତ ଯୋଗ ଦେଇଥିଲେ। ପ୍ରଥମ ଦିନର ସାନ୍ଧ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ଵବିଦ୍ୟାଳୟର କୁଳପତି ବି.କେ. ପ୍ରତିଭା ପୃଷ୍ଟି , ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ କ୍ଷେତ୍ରୀୟ ଉପସଭାପତି ଜଗବନ୍ଧୁ ମହାନ୍ତ, ବିଶେଷ ଅତିଥି ଭାବେ ପୂର୍ବତନ ସ॰ପାଦକ ମହେନ୍ଦ୍ର କୁମାର ସାହୁ, ରକ୍ଷାକର ମହାନ୍ତ ପ୍ରାକ୍ତନ ଛାତ୍ର ତଥା କୁନି ପ୍ରବଚକ କେଶବ ଦାସ ଦ୍ବୀତିକୃଷ୍ଣ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ ପ୍ରାକ୍ତନ ସଭାପତି ବରିଷ୍ଠ ଆଇନଜୀବୀ ଚତୁର୍ଭୁଜ ହୋତା ଯୋଗ ଦେଇଥିଲେ। ଦ୍ବିତୀୟ ଦିନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସମ୍ମିଳନୀରେ ଶି.ବି.ସ ଓଡିଶାର ପ୍ରାକ୍ତନ ସାଧାରଣ ସଂପାଦକ ଇଂ ଅମରବର ଖଟୁଆ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ସମାଜକୁ ମାର୍ଗଦର୍ଶନ କରିଥିଲେ। ଏଥିରେ ପ୍ରାକ୍ତନ ଡା. କୃଷ୍ଣଚନ୍ଦ୍ର ନାଏକ ତଥା ମେଡିକାଲ ଅଫିସର ଉଦୟପୁର ଡାକ୍ତରଖାନା , ପୂର୍ବତନ ଛାତ୍ର ହେମନ୍ତ ଦଳେଇ ଓ କୈବଲ୍ୟ ନାଏକ ଯୋଗ ଦେଇଥିଲାବେଳେ ପ୍ରାକ୍ତନ ସଭାପତି ଭୁବନେଶ୍ବର ମହାନ୍ତ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କେନ୍ଦୁଝର ଜିଲ୍ଲା ସଂଘଚାଳକ ଭାଗୀରଥି ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ନେଇଥିଲେ। ଅଭିଭାବକ, କାର୍ଯ୍ୟକର୍ତ୍ତା ଓ ସଂଘ ସମନ୍ବୟ ବୈଠକରେ ଡା. ଅରୁଣ କୁମାର ସାହୁ, ଡା. ବିନୟ ଭୂଷଣ ମିଶ୍ର ଯୋଗ ଦେଇଥିଲାବେଳେ ଶିବି ସମିତି ଉତ୍ତର ସମ୍ଭାଗ ପ୍ରାକ୍ତନ ସଂପାଦକ ନୀଳମଣି ସାହୁ, ମୁଖ୍ୟବକ୍ତା ଭାବେ ଯୋଗ ନେଇଥିଲେ। ଦିତ୍ବୀୟ ଦିନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଅନନ୍ତ ନାୟକ ଯୋଗ ଦେଇଥିଲାବେଳେ ମାନନୀୟ ଗୋବିନ୍ଦ ଭାଇ ଏବଂ ତାରକ ଦାସ ମହୋଦୟ ଯୋଗ ଦେଇଥିଲେ। ସମାରୋପ ଦିବସରେ ଦାନୀ ଗୃପର ଚେୟାରମ୍ଯାନ ବସନ୍ତ କୁମାର ଦାନୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲାବେଳେ, ସମ୍ମାନିତ ଅତିଥି ଭାବେ କେନ୍ଦୁଝର ମଣ୍ଡଳର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେନ୍ଦ୍ର ଦାସ ଯୋଗଦେଇ ପିଲାମାନଙ୍କୁ ହୃଦୟସ୍ପର୍ଶୀ ଭାଷଣ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶାର ପ୍ରାକ୍ତନ ସ॰ଯୋଜକ ଶଶିଭୂଷଣ ପଲେଇ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସଂପାଦକ ଶ୍ରୀଚରଣ ପୃଷ୍ଟି , ପ୍ରାକ୍ତନ ସହ ସଂପାଦକ ଟିକେଶ୍ଵର ମହାନ୍ତ ଯୋଗଦେଇଥିଲେ। ଏହି ସମାରୋହରେ ପୂର୍ବତନ ପ୍ରଧାନ ଆଚାର୍ଯ୍ୟ, ପୂର୍ବତନ କାର୍ଯ୍ୟକର୍ତ୍ତା ତଥା ବିଦ୍ୟାଳୟର ଶୁଭେଛୁମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ସମାରୋହକୁ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଡ. ଅନିଲ କୁମାର ଦାସ , ଉପସଭାପତି ହୃଦାନନ୍ଦ ପ୍ରଧାନ, ସ॰ପାଦକ ଭାଗୀରଥି ଗିରି କୋଷାଧ୍ୟକ୍ଷ ଦୟାନିଧି ମହାନ୍ତ, ସଦସ୍ୟା ମନ୍ଦାକିନୀ ବେହେରା , ପଦ୍ମାବତୀ ଅମାନ୍ତ ଏବ॰ ପ୍ରଧାନଚାର୍ଯ୍ୟ ଦୀନବନ୍ଧୁ ମହାକୁଡଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଦୁଇଦିନ ସନ୍ଧ୍ୟାରେ ଶିଶୁ ଭାଇଭଉଣୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋମୁଗ୍ଧକର ହୋଇଥିଲା। ସମସ୍ତ ସେବବ୍ରତୀ ଏଥିରେ ସହଯୋଗ କରିଥିଲେ ।
ରାଜ୍ୟ
ବଣିଆପାଟ ଶିଶୁ ମନ୍ଦିର ରୌପ୍ୟ ଜୟନ୍ତୀ ଉଦଯାପିତ
- Hits: 7











