ହେଡଲାଇନସ୍:

ସାମାଜିକ ଅନୁଷ୍ଠାନ ମିତ୍ରସଂଘର ରୋପ୍ଯ ଜୟନ୍ତୀ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପୁରୀ,(ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମିତ୍ରସଂଘର ରୌପ୍ଯ ଜୟନ୍ତୀ ରବିବାର ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଉଦଘାଟନ କରିଥିଲେ । ଐତିହ୍ଯ କଳା ସଂସ୍କୃତି ଓ ପରମ୍ପରାରେ ମହକ ସୃଷ୍ଟି କରିଥାଏ ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ର । ରଥଯାତ୍ରା ନଅ ଦିନରେ ବଡଦାଣ୍ଡରେ ଖାଦ୍ଯ ବଣ୍ଟନ, ପବିତ୍ର ପୁଷ୍କରିଣୀର ସଫେଇ ଅଭିଯାନ, ଗରିବ ଓ ଅସହାୟ ଲୋକଙ୍କୁ ଶୀତ କାକରରେ ଶୀତବସ୍ତ୍ର ବଣ୍ଟନ, ମହିଳା ମାନଙ୍କୁ ସଶକ୍ତିକରଣ ଓ ସ୍ବାବଲମ୍ବି ଅଭିଯାନ, ସ୍ଲୁଲ ଓ ବିଦ୍ଯାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନୁସରଣ ଓ ଲୋକଙ୍କ ପାଇଁ ରକ୍ତଦାନ ଶିବିର କରି ସମାଜରେ ବିଶ୍ବାସ ଭାଜନ ହୋଇପାରିଛି ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ । ମୁଖ୍ଯବକ୍ତା ଭାବେ ସତ୍ଯବାଦୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ନାଥ ତରାଇ, ସମାଜସେବୀ ଚକ୍ରଧର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷିୟତ୍ରୀ ହରପ୍ରିୟା ସାହୁ, ଅଧ୍ୟାପିକା ବାସନ୍ତି ମିଶ୍ର, ଦିବ୍ଯ ଦର୍ଶନ ସମ୍ପାଦିକା ପ୍ରଭାସିନୀ ମିଶ୍ର , ଅଭିନନ୍ଦନିକା ସମ୍ପାଦକ ଶ୍ଯାମପ୍ରକାଶ ସେନାପତି ଓ ମିତ୍ରସଂଘର ଆବାହକ ଅନନ୍ତ ଶତପଥି ପ୍ରମୁଖ ଯୋଗଦେଇ ସେବା କାର୍ଯ୍ୟକୁ ଭୂୟଂଶୀ ପ୍ରସଂଶା କରିବା ସହ ସେବା ପାଇଁ ଯୁବଶକ୍ତି ଆଗେଇ ଆସିବାକୁ ଅତିଥିମାନେ ବକ୍ତବ୍ଯରେ କହିଥିଲେ । ଅନୁଷ୍ଠାନର ସଭାପତି ସୁଵାସିନୀ ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଭାରତୀୟ ଚତୁର୍ଦ୍ଧାଧାମ ବେଦଭବନ ନ୍ଯାସର ପାଠଶାଳାର ବିଦ୍ୟାର୍ଥିମାନଙ୍କ ଦ୍ବାର ବେଦପାଠ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ରାଜୀବ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ବୀକୃତି ମହାପାତ୍ରଙ୍କ ଦ୍ବାରା ଲ ଚମ୍ପୁ ନୃତ୍ଯ ବେଶ ଆକର୍ଷିତ ହୋଇଥିଲା । ପୁରୀ ମହାବୀର ଡ୍ଯାନ୍ସ ଗ୍ରୁପ ର ସିଂହବାହିନୀ ନୃତ୍ଯ କଟକ ଚୌଦ୍ଵାର ଚକଲେଟ ଡ୍ଯାନ୍ସ ଗ୍ରୁପ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ସମର୍ପିତ ହୋଇ ଭଜନନୃତ୍ଯ ପରିବେଷଣ କରିଥିଲେ । ପୁରୀ ମନିଷା ଡ୍ଯାନ୍ସ ଗ୍ରୁପର ମାହାରୀ ନୃତ୍ଯ , ମହାବୀର ଡ୍ଯାନ୍ସ ଗ୍ରୁପ ସମ୍ବଲପୁରୀ ନୃତ୍ଯ, ନିଳାଦ୍ରୀ କଲଚ୍ଯୁରାଲ ଆଧୁନିକ ଡ୍ଯାନ୍ସ, ଜଗନ ଡ୍ଯାନ୍ସ ଗ୍ରୁପର ନୃତ୍ଯ ,ସରସ୍ଵତୀ କଲଚ୍ଯୁରାଲ ଏକାଡେମୀ ଗ୍ରୁପର ଆଧୁନିକ ଡ୍ଯାନ୍ସ ଓଡିଶୀନୃତ୍ଯ, ଭଜନନୃତ୍ଯ ଓ ଏସ ଆର ଡ୍ଯାନ୍ସ ଗ୍ରୁପର ଆଧୁନିକ ଡ୍ଯାନ୍ସ ଦେଖି ବିମୋହିତ ହୋଇଥିଲେ ଦର୍ଶକ । ମା ମଙ୍ଗଳା ଯୋଗ ଓ ମାଲଖମ୍ବ ଆସୋସିଏସନର କଳାକାର ମାନେ ମଧ୍ଯ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶେଷ ବ୍ଯକ୍ତି ମାନଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଆଲୋକ କୁମାର ମହାନ୍ତି, ସହ ସମ୍ପାଦକ ସସ୍ମିତା ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ସାମାଜିକ କର୍ମୀ ଦେବାଶିଷ ଦାଶ,ପ୍ରଧାନ ଶିକ୍ଷକ ବିରେନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କ୍ରିଷ୍ଣା ମହାପାତ୍ର, ପୂର୍ବତନ ପୌରସଦସ୍ଯ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସିଂହାରୀ ଆଲୋକ ଖୁଣ୍ଟିଆ ମଞ୍ଚ ସଂଚାଳନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ହେ କଳା ମାଧବ ମ୍ୟୁଜିକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଡବି ବବି ୟ୍ଯୁଟୁବ ଚାନେଲରେ ଦର୍ଶକ ଦେଖି ପାରିବେ । ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯିବା ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସଂଗଠକ କପିଳେଶ୍ଵର ମହାପାତ୍ର, ସାଂସ୍କୃତିକ ସମ୍ପାଦକ ସରୋଜ କୁମାର ମହାନ୍ତି ,ମୃତ୍ୟୁଞ୍ଜୟ ପାଣି,ଏସ ପିଣ୍ଟୁ,ରବିନାରାୟଣ ବେହେରା, ରୋଜାଲିନ ଲେଙ୍କା ପ୍ରମୁଖ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କିଶୋର ଆଚାର୍ଯ୍ଯ, ସନ୍ତୋଷ କୁମାର ସାହୁ, ଜଗଜିତ ବିଶୋଇ, ସ୍ମୃତିରଞ୍ଜନ ପାଲଙ୍କ ସମେତ ଅନୁଷ୍ଠାନର ସଦସ୍ଯ ସଦସ୍ଯା ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମ୍ବଲପୁରୀ ନୃତ୍ଯ, ଭଜନନୃତ୍ଯ, ମାହାରୀ ନୃତ୍ଯରେ କଳାକାରଙ୍କ ନିଖୁଣ କଳା ପ୍ରଦର୍ଶନ ଦେଖି ଶତାଧିକ ଦର୍ଶକ ମାନେ କରତାଳି ଦେବା ସହ ଉତ୍ସାହିତ କରିଥିଲେ ।

0
0
0
s2sdefault