ହେଡଲାଇନସ୍:

ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଅନ୍ତର୍ଗତ ଗଜପତି ଶାଖା ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ରୂପେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଜ୍ୟ ସଂଗଠନ ସଂପାଦକ ଶ୍ରୀ ନାରାୟଣ ନାୟକ , ରାଜ୍ୟ ସହ ସଂପାଦକ ଶ୍ରୀ ରାମକୃଷ୍ଣ ତ୍ରିପାଠୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ମାନଙ୍କ ମଞ୍ଚ ଆବାହନ କରିଥିବା ବେଳେ ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ସାହିତ୍ୟ , ସଂସ୍କୃତି ଓ ବୀରତ୍ବରେ ପାରଳାର ଅଗ୍ରପଥିକତ୍ବ ଗାଥା ବର୍ଣ୍ଣନା କରିଥିଲେ। ସେହିପରି ପାରଳାର ପଣ୍ଡିତ ଗୋପୀନାଥ ନନ୍ଦ ପ୍ରଥମ ଶବ୍ଦକୋଷ ଅଭିଧାନ ଲେଖି ଓଡ଼ିଆ ଭାଷାକୁ ସମୃଦ୍ଧ କରିଥିବା ପ୍ରକାଶ କରିଥିଲେ।
ରୀତି ଯୁଗୀୟ ଶ୍ରେଷ୍ଠ କବି କବି କଳହଂସଙ୍କ ପଦ୍ୟାବଳୀ ଘରେ ଘରେ ପରିଚିତ ହେବା ସହ ବର୍ତ୍ତମାନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଉଥିବା ପାରଳା ପାଇଁ ଗୌରବ ଆଣିଦେଇଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ନାରାୟଣ ନାୟକ ନିଜ ବକ୍ତବ୍ୟରେ ଆମେ ସମସ୍ତେ ନିଜ ଭିତରେ ଥିବା ଭେଦଭାବ ଭୁଲି ଏକ ହୋଇ ଦେଶ ମାତୃକାର ସେବା କରିବା ସହ ଇଂରାଜୀ ଭାଷାକୁ ଗୁରୁତ୍ୱ ନ ଦେଇ ନିଜ ମାତୃଭାଷାର ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ପାଇଁ ନିବେଦନ କରିଥିଲେ।
ଶ୍ରୀ ରାମକୃଷ୍ଣ ତ୍ରିପାଠୀ ନିଜ ଅଭିଭାଷଣରେ ଆତ୍ମବୋଧ ସେ ବିଶ୍ୱବୋଧ ବିଷୟରେ ମାର୍ଗଦର୍ଶନ କରିଥିଲେ। ଯୁବ ସାହିତ୍ୟିକ ତଥା ଅଧ୍ୟାପକ ଡ଼ଃ ରଘୁନାଥ ଓଝା ପାରଳାର ଭାଷା , ସଂସ୍କୃତି , ସାହିତ୍ୟ ଓ ଦେଶ ସ୍ବାଧୀନତାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସମେତ ବୀର ପାଇକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ନିଜ ଅଭିଭାଷଣରେ ରାଷ୍ଟ୍ର ଗଠନରେ ସମସ୍ତଙ୍କର ସହଭାଗିତାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ।
ସେହିପରି ବନ୍ଦେ ମାତରଂ ଗୀତର ୧୫୦ ବର୍ଷ ପାଳନ ଅବସରରେ ସ୍ୱର୍ଗତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସ୍ମରଣ କରିବା ସହ ବିଦ୍ୟାଳୟ ତଥା ସମସ୍ତେ ଏକାଠି ଗାଇବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା।

0
0
0
s2sdefault