ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ଆଜି ସକାଳ ଦଶ ଘଣ୍ଟ ସମୟରେ ବଡ଼ଗଡ଼ ଠାରୁ ଏକ ମୋଟରସାଇକେଲ୍ ଶୋଭାଯାତ୍ରା ବାହାରି ସୋରଡା ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ଏହାପରେ ଏହି ଶୋଭାଯାତ୍ରା ଲାଠିପଡ଼ା, ବଡ଼ ବୋର୍ସିଂ,କାଳିଆଗୁଡା ଦେଇ କଣ୍ଟେଇପଲ୍ଲୀ,ଷଡ଼ଙ୍ଗୀପଲ୍ଲୀ,ନାଟଙ୍ଗା,ମନ୍ଦାର, ଇଙ୍ଗିନାଠୀ,ତନରଡା,ବେଲଗୁଣ୍ଠା ଦେଇ ମଙ୍ଗଳପୁର ଠାରେ ଶେଷ ହୋଇଥିଲା I ଏହି ଅବସରରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ଏହା ସହିତ ଅନୁଷ୍ଠିତ ସଭାରେ ପୂର୍ବରୁ କଂଗ୍ରେସ୍ କରିଥିବା ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ୍ ସଂଗଠକ ସତ୍ୟନାରାୟଣ ପାତ୍ର, ଦିଲ୍ଲୀପ ସୁଆର, ସନ୍ତୋଷ ପଟ୍ଟନାୟକ,ସନ୍ତୋଷ ସାହୁ, ବିନାୟକ ଗୌଡ଼, ଅଭିଷେକ ଦଳବେହେରା ଏବଂ ଭୀମ ବିଷୋୟୀଙ୍କ ସମେତ ବହୁ କର୍ମୀ ଏବଂ ଯୁବକ ସାମିଲ ହୋଇଥିଲେ I
ରାଜ୍ୟ
୧୪୦ ତମ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ
- Hits: 6











