ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପାଠପଢ଼ାରେ ବୈଷୟିକ ଜ୍ଞାନ ବ୍ୟବହାର ଉପରେ ଗୁରୁତ୍ବ ଦିଅ

  • ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଗୁଣର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ


କେନ୍ଦୁଝର,ତା୨୮/୧୨-ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି। ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ ଚିହ୍ନି ପାରିଲେ, ଆମେ ଜୀବନରେ ସଫଳ ହୋଇ ପାରିବା ବୋଲି ତେଲକୋଇ ବ୍ଲକର ସିରିଗିଡ଼ାଠାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଭଳି ମତବ୍ୟକ୍ତ କରିଛନ୍ତି।ସୁବର୍ଣ୍ଣ ଜୟନ୍ତୀ ସମାରୋହ ମୁଖ୍ୟ ଅତିଥି ଭାବେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠପଢିବା। କେବଳ ପାଠ ପଢିଲେ ହେବ ନାହିଁ। ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ଟେକ୍ନୋଲୋଜି ସହ ତାଳ ଦେଇ ଅପଡେଟ୍ ରହିବା କଥା।। ପ୍ରତ୍ୟେକଙ୍କ ନିକଟରେ କିଛି ନା କିଛି ଅନ୍ତନିର୍ହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ସେହି ଅନ୍ତର୍ନିହିତ ପ୍ରତିଭାର ବିକାଶ କଲେ ସଫଳତା ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଆମକୁ ସ୍ପଷ୍ଟ କରିଛି ଯେ, ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରି ପାଇବା ନୁହେଁ, ବରଂ ଲାଇଫ୍ ସ୍କିଲ ବା ଜୀବନ କୌଶଳ, ସୃଜନଶୀଳତା ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ କରିବା। ତେଣୁ ନିଜର ପ୍ରତିଭା ବଳରେ ଆଗକୁଯିବା ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ବ ଦେବା ଆବଶ୍ୟକ। ସାଧାରଣତଃ ପିଲାମାନେ କୌଣସି ବାହାର ଲୋକଙ୍କ ସହିତ କଥାବାର୍ତ୍ତା କଲାବେଳେ ଅସହଜ ମନେ କରନ୍ତି। ଉପଯୁକ୍ତ କମ୍ୟୁନିକେସନ ସ୍କିଲର ଅଭାବ ଯୋଗୁ ଏହା ହୋଇଥାଏ। ସେହିପରି ତୁରନ୍ତ ନିଷ୍ପତ୍ତି ନେବା ବି ଗୋଟେ ସ୍କିଲ। ବହୁତ୍ ପିଲା ନିଷ୍ପତ୍ତି ନେବାରେ ଦୋ ଦୋ ପାଞ୍ଚ ହୁଅନ୍ତି।Image କିନ୍ତୁ, ଯେଉଁମାନେ ପ୍ରକୃତରେ ସ୍ମାର୍ଟ ପିଲା ସେମାନେ ଶୀଘ୍ର ନିଷ୍ପତ୍ତି ନେଇ କାମ କରିଦିଅନ୍ତି। ଆମର ସବୁ ସମୟରେ ସମସ୍ୟା ସମାଧାନ ବା ପ୍ରୋବ୍ଲେମ୍ ସଲ୍‌ଭିଙ୍ଗ ଆଟିଚୁଡ୍ ରହିବା ଆବଶ୍ୟକ। ସବୁବେଳେ ଅଭିଯୋଗ କରିବା ଭଲନୁହେଁ। ଏହିପରି ଅନେକ ଲାଇଫ୍ ସ୍କିଲ ସବୁ ଅଛି। ଯାହା ଛାତ୍ରଛାତ୍ରୀମାନେ ଶିଖିଲେ ବା ଅଭ୍ୟାସ କଲେ, ଆଗାମୀ ଦିନରେ ଏଗୁଡିକ ଖୁବ୍ ସହାୟକ ହେବ। ତେଣୁ ବିଭିନ୍ନ ଲାଇଫ୍ ସ୍କିଲ୍ ବିଷୟରେ ଜାଣିବା, ଶିଖିବା ବହୁତ୍ ଜରୁରୀ ବୋଲି ମୁଖ୍ୟୃମନ୍ତ୍ରୀ କହିଥି‌ଲେ। ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ଯାହା ରାଜ୍ୟରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧିରେ ସହାୟକ ହେଉଛି । ଆଦିବାସୀ ପିଲାମାନଙ୍କ ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହୋଇଛି। ମାତୃଭାଷାରେ ଶିକ୍ଷା ଦିଆଯାଉଛି।Image ଏହିସବୁ ପଦକ୍ଷେପ ଗୁଡିକ ଯୋଗୁ ସ୍କୁଲରେ ଡ୍ରପ୍ ଆଉଟ୍ ହାର କମିବା ଆରମ୍ଭ କରିଛି। ନୂତନ ଶିକ୍ଷାନୀତିକୁ ଗ୍ରହଣ କରି ଆମ ସରକାର ରାଜ୍ୟର ୪୫ ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି। ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ । ଏହାସହିତ, ଶିକ୍ଷାର୍ଥୀମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ କାର‌୍ୟ୍ୟକାରୀ ହେଉଛି । ସେମାନଙ୍କୁ ପ୍ରକଳ୍ପ କାର୍ଯ୍ୟ ଆଇଟି (କୋଡିଂ) ଦକ୍ଷତା, ପୁସ୍ତକ ସମୀକ୍ଷା ଏବଂ କ୍ରୀଡା ଆଧାରିତ ଜୀବନ କୌଶଳ ଶିକ୍ଷା ଦିଆଯାଉଛି ବୋଲି କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଠାରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଲୁକ୍କାୟିତ ହୋଇ ରହିଛି। ସେସବୁ ପରିସ୍ଫୁଟିତ ହେବା ଦରକାର ଏବଂ ଏଥିପାଇଁ ସେମାନଙ୍କୁ ଯଦି ସଠିକ ଭିତ୍ତିଭୂମି, ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଦିଆଯାଏ, ତେବେ ସେମାନେ ନିଜର ତଥା ସମାଜର ମଙ୍ଗଳ କରିପାରିବେ।ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତ୍ବର ସହିତ ନେଇଛନ୍ତି। Imageଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ, ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି । ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରର ଖର୍ଚ୍ଚ ହେଉଛି ସିଙ୍ଘଭାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ସମାଜସେମୀ ଶ୍ରୀ ଶୁକଦେବ ମହାନ୍ତ, ବିଦ୍ୟାଳୟର ସଭାପତି ଶ୍ରୀ ରାମଚନ୍ଦ୍ର ମହାନ୍ତ, ସଂପାଦକ ଶ୍ରୀ କୈଳାସ ଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ବନାଥ ଦେହୁରୀ ଉପସ୍ଥିତ ରହିଥିଲେ।

0
0
0
s2sdefault