କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବିକାଶ ପରିଷଦ ତରଫରୁ ଦାବିପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର,୨୭-୧୨-୨୫. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୁର ରାଉରକେଲା ହାଉସ୍‌ରେ ପହଞ୍ଚିଥିଲେ । ଏହି ଅବସରରେ କଂସବାହାଲ ବିକାଶ ପରିଷଦ ତରଫରୁ ରଫରୁ ରାଜଗାଙ୍ଗପୁ ନିର୍ବାଚନ ମଣ୍ଡଳୀର ବିଜେପିର ଏକ ପ୍ରତିନିଧୁ ମଣ୍ଡଳୀ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ରାଜଗାଙ୍ଗପୁର ଏବଂ କଂସବାହାଲ ଅଞ୍ଚଳର ସମସ୍ୟା ଉପରେ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ମୁଖ୍ୟତଃ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା କଂସବାହାଲ ରେଳ ଷ୍ଟେସନରେ ରାଜ୍ଯରାଣ ଣୀ ଏକ୍ସପ୍ରେସ୍, ସମଲେଶ୍ବରୀ ଏକ୍ସପ୍ରେସ୍, ଇସ୍ପାତ ଏକ୍ସପ୍ରେସ ଏବଂ ରାଉରକେଲା ଭୁବନେଶ୍ଵର ଇଣ୍ଟରସିଟି ଏକ୍ସପ୍ରେସ ରହଣି ସହିତ ରାଜଗାଙ୍ଗପୁରରେ ଏକ ଇ-ପାଠାଗାର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉ। ଏହି ପ୍ରତିନିଧି ମଣ୍ଡଳୀରେ ରାଜଗାଙ୍ଗପୁର ବିଜେପିର ରାଜ କାର୍ଯ୍ୟକାରିଣୀ ସସଦ୍ୟ ନରସିଂହ ମିଞ୍ଜ, ରାଜଗାଙ୍ଗପୁର ଓ କଂସବାହାଲ ବିଜେପି ମଣ୍ଡଳର ପୂର୍ବତନ ସଭାପତି ପତି ପ୍ରଦୀପ ମିଶ୍ର, ଶଙ୍କର ସିଂଙ୍କ ସମେତ ରମେଶ ଚନ୍ଦ୍ର ହାଜରା, ବିତିନା ମାଝୀ, ମାଖୁ ଟକ୍ସୋ ପ୍ରମୁଖ ଉପସ୍ଥିତ ଥିଲେ। 1

0
0
0
s2sdefault