ହେଡଲାଇନସ୍:

ରାଜ୍ୟ ପାଳଙ୍କୁ ଭେଟିଲେ ମାଳତୀ ନାହାକଙ୍କ ପୁରୁଷ ଶୁନ୍ୟ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପରିବାରର ୩ ଝିଅଙ୍କ ପାଠପଢା ପାଇଁ ରାଜ୍ୟପାଳଙ୍କ ଦ୍ବାରା ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ


ଓଡ଼ଗାଁ ୨୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଚେମେଡି ଗ୍ରାମର ୧୭ ଦିନ ମଧ୍ୟରେ ବାପ ସହିତ ୨ ପୁତ୍ରଙ୍କ ମୃତ୍ୟୁ ଘଟଣାରେ ପୁରୁଷ ଶୁନ୍ୟ ପରିବାରର ୩ ପାଠ ପଢୁଆ ଝିଅଙ୍କ ଶିକ୍ଷା ଗ୍ରହଣକୁ ଆଗେଇ ନେବା ନିମନ୍ତେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ହରି ବାବୁ କାମ୍ବମପତି ପ୍ରତି ଝିଅଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେଢ ଲକ୍ଷ ଟଙ୍କାର ସହାୟତା ରାଶିକୁ ଅନଲାଇନ ମାଧ୍ୟମରେ ସେମାନଙ୍କ ଜମା ଖାତାକୁ ପଠାଇ ଦିଆଯାଇଛି । ରାଜ୍ୟପାଳଙ୍କର ତ୍ୱରିତ ସହାୟତା ପ୍ରଦାନକୁ ସମସ୍ତ ମହଲରୁ ଭୁୟସୀ ପ୍ରଶଂସା କରାଯାଇଛି । ବଡ଼ପୁଅର ମୃତ୍ୟୁ ପରେ ବାପାଙ୍କର ମୃତ୍ୟୁ ଏବଂ ଆଠଦିନରେ ସାନପୁଅର ମୃତ୍ୟୁରେ ମୋଟ ୧୭ ଦିନ ମଧ୍ୟରେ ପୁରୁଷ ଶୁନ୍ୟ ହୋଇଥିବା ଉକ୍ତ ପରିବାର ସମ୍ପର୍କରେ ଛାପା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ପରିବାରକୁ ୩ ମାସ ଭରଣପୋଷଣ ପାଇଁ ରୋଷେଇ ସାମଗ୍ରୀ ଯୋଗାଇ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଏବଂ ନୟାଗଡ଼ ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ପିଡିତା ମାନଙ୍କୁ ଭେଟି ଆଶ୍ୱାସନା ପ୍ରଦାନ କରିବା ସହିତ ପରିବାରକୁ ନେଇ ରାଜ ଭବନରେ ରାଜ୍ୟପାଳଙ୍କ ସହ ଭେଟ କରାଇଥିଲେ । ଏବଂ ପରିବାରର ଦୁର୍ଦ୍ଦିନ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଝିଅମାନଙ୍କ ପାଠ ପଢ଼ାକୁ ଆଗେଇ ନେବାପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଘଟଣା ସମ୍ପର୍କରେ ରାଜ୍ୟପାଳ ଅବଗତ ହୋଇ ପ୍ରତି ବାଳିକାଙ୍କ ପାଠପଢ଼ା ନିମନ୍ତେ ସେମାନଙ୍କ ଜମା ଖାତାକୁ ଅନଲାଇନ ମାଧ୍ୟମରେ ଦେଢ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଖବର ସମ୍ପର୍କରେ ସୂଚନା ମିଳିବା ପରେ ସାଂସଦ ଏବଂ ବିଜେପି ନେତ୍ରୀଙ୍କ ପିଡ଼ିତ ପରିବାର ପ୍ରତି ସ୍ନେହ ଏବଂ ସହାନୁଭୂତି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇପାରିବ ।

0
0
0
s2sdefault