ହେଡଲାଇନସ୍:

ଭଞ୍ଜନଗର ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଆଇ.ଆର୍.ବି ବାଟାଲିୟନ ଠାରେ, କମାଣ୍ଡୋ ପ୍ରତିଯୋଗିତା ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଶନିବାର ସ୍ପେଶାଲ ଅପରେଶନ ଗ୍ରୁପ (ଏସ୍.ଓ.ଜି) ଚନ୍ଦକାଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ -କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ବାଟାଲିୟନ ଓ ଶ୍ରେଷ୍ଠ କମାଣ୍ଡୋମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରତିଯୋଗିତାରେ ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ, କଟକ ଚାମ୍ପିୟନ ଦଳ ଭାବେ ପୁରସ୍କୃତ ହୋଇଥିବା ବେଳେ ୮ମ ସ୍ୱତନ୍ତ୍ର ଆଇ.ଆର୍.ବି, ଭଞ୍ଜନଗର ରନର୍ସ-ଅପ୍ ଦଳ ଭାବେ ପୁରସ୍କୃତ ହୋଇଥିଲା। ସେହିପରି ୪ର୍ଥ ଆଇ.ଆର୍.ବି.ଏନ୍ ଦେଓଗଡ଼ ହାର୍ଡ ଲାଇନର୍ ଟ୍ରଫି ହାସଲ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ବିଭିନ୍ନ ସଶସ୍ତ୍ର ବାଟାଲିୟନ୍‌ର ୧୭ ଟି ଟିମର ୪୦୨ ଜଣ କମାଣ୍ଡୋ ଅଂଶ ଗ୍ରହଣ କରିଥିଲେ ।
ଓବସ୍ଟାକଲ୍ କୋର୍ସ, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ପିନ୍ଧି କନଫିଡେନ୍ସ କୋର୍ସରେ ୧.୩ କିଲୋମିଟର ଦୌଡ଼, ୫ କିଲୋଗ୍ରାମ ଓଜନର ବ୍ୟାକପ୍ୟାକ୍ ସହିତ କ୍ରସ୍–କଣ୍ଟ୍ରି ପଦଯାତ୍ରା, ଫାୟାରିଂ ଭଳି ପ୍ରତିଯୋଗିତାରେ କମାଣ୍ଡୋ ମାନେ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।

ଏହି ଅଷ୍ଟମ ରାଜ୍ୟ ପୋଲିସ ଅନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତାରେ ଭଞ୍ଜନଗର ଅଷ୍ଟମ ସ୍ୱତନ୍ତ୍ର ଆଇ.ଆର୍.ବି ବାଟାଲିୟନ ରନର୍ସଅପ ହୋଇଥିବାରୁ ଆଜି ୨୭ ତାରିଖ ଡିସେମ୍ବର ମାସ ୨୦୨୫ ଶନିବାର ସନ୍ଧ୍ୟାରେ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଆଇ.ଆର୍.ବି ବାଟାଲିୟନ ପରିସର ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କମାଣ୍ଡୋ ମାନଙ୍କୁ ପ୍ରଥମେ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା । ଏହି ସଭାକୁ ଦୂର୍ଗପତି ସୁଧାକର ମିଶ୍ର ସଭାପତିତ୍ବ କରି ରନର୍ସଅପ ହୋଇଥିବାରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କମାଣ୍ଡୋ ମାନଙ୍କୁ ସମ୍ବର୍ଦ୍ଧନା କରି ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ପ୍ରଶଂସା ବଢ଼ାଇଥିଲେ । ଏ.ଏସ୍.ଆଇ ଶ୍ରିଧୋଜ ଅଧିକାରୀଙ୍କ ନେତୃତ୍ବରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କମାଣ୍ଡୋ ମାନେ ସବୁ ବାଧାବିଘ୍ନକୁ ଖାତିର ନକରି ଏହି ପ୍ରତିଯୋଗିତାରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ଗୌରବାନ୍ଵିତ ହୋଇଛନ୍ତି । ଆଗକୁ ଏହିପରି ସର୍ବୋତ୍ତମ ପ୍ରଦର୍ଶନ ସହ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଦୁର୍ଗପତି କମାଣ୍ଡୋ ମାନଙ୍କ ମନୋବଳ ବଢ଼ାଇଥିଲେ । ଏଏସଆଇ ଶ୍ରିଧୋଜ ଅଧିକାରୀ ମଧ୍ୟ ପ୍ରତିଯୋଗିତାରେ କିପରି ନିଜ ଦଳ ଭଲ ପ୍ରଦର୍ଶନ କରୁଥିଲା ତାହା ବର୍ଣ୍ଣନା କରିବା ସହିତ ନିଜ କମାଣ୍ଡୋ ମାନଙ୍କ ମନୋବଳ ବଢ଼ାଇଥିଲେ । ଏଥିରେ ବରିଷ୍ଠ ହାବିଲଦାର ପ୍ରହଲ୍ଲାଦ ରାଉତ ଙ୍କ ସହିତ ଅନ୍ୟ ମାନେ ଏହି ସଭାକୁ ସହଯୋଗ କରିଥିଲେ।

0
0
0
s2sdefault