ରାଊରକେଲା,(ବସନ୍ତ କୁମାର ଜେନା): ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ରାଉରକେଲା ସ୍ଥିତ ସମନ୍ନିତ ଆଦିବାସୀ ବିକାଶ ଅନୁଷ୍ଠାନର ସଭା ଗୃହ ଠାରେ ଟେଲିକମ ଗ୍ରାହକ ସମାଧାନ ରୂପରେଖା ସ୍ଵଛ ଓ ସୂଗମ ପ୍ରତିକାର ବ୍ୟବସ୍ଥା ମାଧ୍ୟମରେ ଗ୍ରIହକଙ୍କୁ ସଶକ୍ତ କରିବା ନେଇ ଏକ ସଚେତନତା କର୍ମଶଳIକୁ ଚକରା ବିଶୋଈ ମୁକ୍ତି ସେନା ପ୍ରମୁଖ ପ୍ରକାଶ ଚନ୍ଦ୍ର ପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଘାଟନ କରିଥିଲେ , ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ ସଭାପତିତ୍ଵ କରିଥିଲେ I ସରକାର ଯୋଜନାରେ ଡିଜିଟାଲ ସାକ୍ଷରତା ଓ ଇ ସେବା ସମସ୍ତ ଇନ୍ଟାରନେଟ ସେବା ଉପରେ ଆମେ ନିର୍ଭର କରୁ ବୋଲି ସେ ମତ ରଖିଥିଲେ I ଆଜିକାଲି ସମସ୍ତ ବର୍ଗର ଲୋକେ ମୋବାଇଲ ଓ ଇନ୍ଟରନେଟ ବ୍ୟବହାରକାରୀ ଯାହା ଜୀବନର ଅପରିହାର୍ଜ୍ୟ ହେବାକୁ ଲାଗିଲାଣି I ପ୍ରତି ମିନିଟରେ ଗ୍ରାହକ ସାଇବାର ଫ୍ରଡ଼ ଶୀକାର ହଉଅଛି ଯାହା ମାନବ ସମାଜ ପାଇଁ ବୈଷୟିକ ଜ୍ଞାନ ଆର୍ଶୀବାଦ ଥିଲା ବର୍ତମାନ ତାହା ଆମ ପାଇଁ ଅଭିଶାପ ହେଲାଣି I ଅଚିହ୍ନା ଲିଙ୍କ,ଅଜଣା ଆପ୍ପ,ଅଜଣା ମେସେଜ, ୱିଇଫାଇ ,ଇମେଲ, ଫେକ ଅଫସାଇଟ ,ଫେସବୂକ,ଇନଷ୍ଟାଗ୍ରାମ ୱ୍ହାତ୍ସ ଆପ୍ପ, ସାଇବର ଅପରାଧି ବ୍ୟବହାର ନକରିବା ପାଇଁ ଟ୍ରାଇ ସିଏଜି ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ପିପିଟି ମାଧ୍ୟମରେ ପରାମର୍ଶ ଦେଇଅଛନ୍ତି I ଓଟିପି ଅଜଣାକୁ ଦେବା ନିଜେ ଅଜାଣ ହେବା I ଟ୍ରାଇ ପ୍ରଦତ ଆପ ଡ଼ିଏନଡ଼ି, ମାଇସ୍ପୀଡ ଆପ୍ପ, ମାଇ କଲ, ମାଇସ୍ପୀଡ,ଟ୍ରାଇ ଡ଼ିଏନଡ଼ି ଆପ ,ସ୍ଵଦେଶୀ ଆପ୍ପ ଓ ଟ୍ରାଇର ୱେବସାଇଟ ବ୍ୟବହାର କରିବା ପାଇଁ ଶିକ୍ଷାବିତ୍ତ ସୁଦାମ ଡାକୁଆ ସାଧନକର୍ମୀ ଭାବେ ଓ ସମ୍ମାନ ଅତିଥି ଭାବେ ସାଇବାର ସେଲ ଏସାଇ ତ୍ରିଲୋଚନ ସ୍ଵାଇଁ ସଂଚାର ସାଥି, ଚକ୍ଷୁ ଆପ୍ପ, ପ୍ରତିବିମ୍ବ, ହେଲ୍ପ ଲାଇନ ୧୯୩୦,ସାଇବାର କ୍ରାଇମ ଡଟ ଜିଓଭି ଡଟ ଇନ ତାଲିମ ପ୍ରଦାନ କରିଛନ୍ତି I ଇସ୍ପାତ ନଗରୀ ରାଊରକେଲା ଓ ସୁନ୍ଦରଗଡ ଜିଲ୍ଲାରେ ଅଧୂସିତ, ଦୁର୍ଗମ ଅଞ୍ଚଳର ଗ୍ରାମରେ ପ୍ରାୟ ଟେଲିକୋମ ସେବାର ବିପର୍ଜ୍ୟସ୍ତ ,ନେଟୱର୍କ ଆସୁନି ,ବହୁ ଧିମିରେ ଚାଲିବା ଓ ଟେଲିକମ୍ପାନୀ ମାନେ ଯାଣିଶୁଣି ଅଣଦେଖା କରୁଛନ୍ତି ବୋଲି ସଭାରେ ଅଭିବକ୍ତା ମାନେ ମତ ରଖିଥିଲେ I ଟ୍ରାଇ ନିୟମ କଡାକଡି ଥିଲେ ମଧ୍ୟ ଟେଲିକମ କମ୍ପାନୀ ଅଣଦେଖା କରୁଛନ୍ତି ,ରIତାରIତି କମ୍ପାନୀ ମାନେ ରିଚାର୍ଜ ପ୍ଳାନ ଭଡା ବଢେଇ ଦେଇଛନ୍ତି,କମ ପଇସା ପ୍ଳାନ ବାହାରନକରିବା, ୩୦ଦିନବଦଳରେ ୨୮ଦିନରେ ମାସ ଧାର୍ଯ୍ୟକରିବା କିନ୍ତୁ ତା ତୁଳନାରେ ସେବା ନଦେବା I ଅଭିଯୋଗ ପ୍ରଣାଳୀକୁ ସରଳ କରିବା , ଅଧିକ ଗ୍ରାହକ କେନ୍ଦ୍ର, ଟୋଲ ଫ୍ରୀ ନମ୍ବର ଓ ଓଡିଆ ଭାଷIରେ ସୁଗମ୍ୟ କରିବା, ଅଧିକରୁ ଅଧିକ ଗ୍ରାମଅଞ୍ଚଳରେ ଗ୍ରାହକ ସଚେତନତା କର୍ମଶଳI କମ୍ପାନୀଗୁଡିକ କରିବା ଉପରେ ସମସ୍ତେ ଦାବୀ କରିଥିଲେ I ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଟେଲିକମ୍ପାନୀ ମାନେ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିଷେଧାଦେଶ ବଳବତ୍ତର ଅଛି ବୋଲି ଟ୍ରାଇ ସିଏଜି ସଭ୍ୟ ଶ୍ରୀ ସାହୁ କହିଥିଲେ I ବିଏସଏନଏଲ,ଏୟାରଟେଲ,ଜିଓ କ୍ଷେତ୍ର ଅଧିକାରୀ ଓ ଶତIଧିକରୁ ଅଧିକ ଅଙ୍ଗନବାଡି,ମହିଳାନେତ୍ରୀ ଓ ଗ୍ରାହକ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ I ବିଦ୍ଯାଧର ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣକରି ଥିଲେ I
ରାଜ୍ୟ
"ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଟେଲିକମ୍ପାନୀ ମାନେ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିଷେଧାଦେଶ ବଳବତ୍ତର ଅଛି"
- Hits: 4











