
ମାଲକାନଗିରି/ସୁରେନ୍ଦ୍ର ବେମାଳ: ମାଲକାନଗିରି ଜିଲ୍ଲାର ବାଲିମେଳା ସ୍ଥିତ ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୨ ପରିସରରେ ଏହାର ଦ୍ୱିତୀୟ ଆଲୁମନି ମିଟ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ଆଲୁମନି ଆସୋସିଏସନ୍ ର ପୁର୍ବତନ ସଭାପତି ରାଜକୁମାର କୁରାମୀ ସଭାପତିତ୍ୱ କରିଥିଲାବେଳେ ନବୋଦୟ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରିନ୍ସପାଲ ସିଦ୍ଧାର୍ଥ ଜିଙ୍ଗୋନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧୯୮୫ ମସିହାର ପ୍ରଥମ ବ୍ୟାଚ ଛାତ୍ର ଏଲ.ଏନ. ଆଚାର୍ଯ୍ୟ, ସମାଜସେବୀ ଭଗବାନ ସାହୁ, ଶିକ୍ଷୟିତ୍ରୀ ରୀନା ସେଠୀ ଓ ଟି.ଭି.ୱ।ଲେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ଓ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱ।ଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ବାଗମୟୀ ସରସ୍ଵତୀଙ୍କ ବନ୍ଦନା ପାଠ କରାଯାଉଥିଲା ଓ ଏହାପରେ ସାମୁହିକ ନବୋଦୟ ପ୍ରାର୍ଥନା ଗାନ କରାଯାଇଥିଲା । ନିଜର ଅଭିଭାଷଣରେ ମୁଖ୍ୟ ଅତିଥି କହିଥିଲେ ଯେ ନବୋଦୟ କୁ ଜାଣିବା ପାଇଁ ଏହାର (MOTTO) ବା ମହତ୍ ଉଦ୍ଦେଶ୍ୟ ହିଁ ବହୁତ କିଛି କଥା କହିଥାଏ , ତା ହେଉଛି, "Come to Learn and Go to Serve - ଏଠାକୁ ଆସ ଶିଖିବାପାଇଁ ଓ ଏଠାରୁ ଯାଅ ସମାଜର ସେବା ପାଇଁ" । ଅନ୍ୟ ଆଲୁମନି ସଦସ୍ୟମାନେ ମଧ୍ୟ ସମ ଭାବରେ ନିଜ ନିଜର ଭାବନା ବ୍ୟକ୍ତ କରିବା ସହ ଅତୀତ ସ୍ମୃତିର ରୋମନ୍ଥନ କରିଥିଲେ । ପୁରାତନ ସ୍ମୃତି ବଖାଣିବା ବେଳେ କେତେକ ମଜାଳିଆ ଓ କୌତୁକିଆ କଥାଶୁଣି ସମସ୍ତେ ହସିବାରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା ।ଶେଷରେ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କ ସହ ବର୍ତ୍ତମାନ ପଢୁଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ । ଏହାପରେ ବିଦ୍ୟାଳୟର କୃତ୍ତି ପ୍ରତିଭା ମାନଙ୍କୁ ମୁଖ୍ୟ ଅତିଥି ଟ୍ରୋଫି ଓ ମାନପତ୍ର ପ୍ରଦାନ ସ୍ଵରୁପ ପୁରସ୍କୃତ କରିଥିଲେ । ଆଜିର ଏହି ଆଲୁମନି ମିଟ୍ କୁ ବାଲିମେଳା ଜେ.ଏନ୍. ଭି-୨ ର ଦିତୀୟ ବ୍ୟାଚର ଛାତ୍ର ତଥା ଆଲୁମିନା ସଭାପତି ରାହୁଲ ରାଏ,ଉପ ସଭାପତି ବିପ୍ଳବ ବୈରାଗୀ, ସମ୍ପାଦକ ସଞ୍ଜୟ କୁମାର ବେହେରା,ସହ ସମ୍ପାଦକ ଊସଶ୍ରୀ ନାୟକ, କୋଷାଧ୍ୟକ୍ଷ ଅନ୍ତିମଜୟ ମଣ୍ଡଳ,ସହ କୋଷାଧ୍ୟକ୍ଷ ଅଙ୍କିତା ପାଢୀ, ଆଲୁମନି ସ°ଯୋଜକ ଅଜୟ କୁମାର ସୋଡି ଓ ସ୍ମୃତିଶିଖା ଦେବୀ ପ୍ରମୁଖ ସଫଳତାର ସହ ଆୟୋଜନ କରିଥିଲେ, ଯାହାଙ୍କୁ ନବୋଦୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପୁର୍ଣମାତ୍ରାରେ ସହଯୋଗ କରିଥିଲେ ।
ରାଜ୍ୟ
ବାଲିମେଳା ନବୋଦୟ ରେ "ଆଲୁମନି ମିଟ୍"-୨୦୨୫ ଅନୁଷ୍ଠିତ
- Hits: 5











