ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ର ୩୬ ତମ ବାର୍ଷିକ ଉତ୍ସବ ଡ଼.କମ୍ବୁ ପାଣି ସାମନ୍ତ ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଡ଼. ବିନାୟକ ଦାସ ପ୍ରାକ୍ତନ ସଭାପତି,ଶିକ୍ଷା ବିକାଶ ସମିତି ଓଡିଶା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଭାରତୀୟ ଟେଲିକମ ବିଭାଗର ସ୍ଵାଧିନ ନିର୍ଦେଶକ ଶ୍ରୀଯୁକ୍ତ ଗୋପୀନାଥ ସାହୁ ଯୋଗଦେଇଥିଲେ । ସ୍ୱାଗତ ଭାଷଣ ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ବିଷୋୟୀ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ।ଧନ୍ୟବାଦ ପ୍ରଦାନ କରିଥିବା ସହ ସମ୍ପାଦକ ଗଙ୍ଗାଧର ଦାସ , କାର୍ଯ୍ୟକ୍ରମ କୁ ସଂଯୋଜନ କରିଥିଲେ ଉକ୍ତ ଅନୁଷ୍ଠାନ ର ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା।ବିଭିନ୍ନ ପ୍ରତିଯୋଗିତା ରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ରାଜ୍ୟ
୩୬ ତମ ବାର୍ଷିକ ଉତ୍ସବରେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ୍ ର ଅଧ୍ୟକ୍ଷା ଙ୍କ ଯୋଗଦାନ
- Hits: 23











