ବାଇକ ଦୁର୍ଘଟଣାରେ ହୋମ ଗାର୍ଡ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୧୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ବୁଧବାର ପୁଲିସ ଥାନା ନିକଟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଡାବୁଗାଁ ପୁଲିସ ହୋମ ଗାର୍ଡ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନା ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଗ୍ରସ୍ତ ହୋମ ଗାର୍ଡ ସୌକତ ଅଲି (୪୫) ବୋଲି ଜଣା ପଡିଛି। ସୂଚନା ଅନୁଯାଇ ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ର ସୌକତ ଅଲି (୪୫) ଡାବୁଗାଁ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରନ୍ତି।ତେବେ ଆଜି ବୁଧବାର କୌଣସି କାର୍ଯ୍ୟରେ ସୌକତ ଅଲି ଏକ ବାଇକ୍ ରେ ଜଟାବାଲ ରୁ ଉମରକୋଟ ଅଭିମୁଖେ ଯାଉଥିବା ସମୟରେ ଦିନ ପ୍ରାୟ ୧୨ ଘଣ୍ଟ ସମୟରେ ଡାବୁଗାଁ ଥାନା ନିକଟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ବାଇକ ଦୁର୍ଘଟଣା ହେବାରୁ ସେ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା। ଖବର ପାଇ ଡାବୁଗାଁ ପୁଲିସ ସହାୟତାରେ ସୌକତ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସୌକତ ଅଲି ଜଣେ ଦାୟିତ୍ବ ସମ୍ପନ୍ନ କାର୍ଯ୍ୟରତ ହୋମ ଗାର୍ଡ ଥିବା ବେଳେ ତାଙ୍କର ଏଭଳି ଦୁର୍ଘଟଣା ଖବର ଶୁଣି ପୁଲିସ ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

0
0
0
s2sdefault