ଜାତୀୟ ଉପଭୋକ୍ତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା.୨୪.୧୨.୨୫ ରିଖ ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ-୨୦୨୫ ଜିଲ୍ଲା ପ୍ରଶାସନ, ଜଗତସିଂହପୁର (ବୈଧମାପ ବିଜ୍ଞାନ) ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ, ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶା ଓ ସ୍ବାମୀ ବିବେକାନନ୍ଦ ସ୍ମାରକି ସ୍ବୟଂ ଶାସିତ ମହାବିଦ୍ୟାଳୟର ମିଳିତ ସ‌ହ‌ଯୋଗରେ ସ୍ବାମୀ ବିବେକାନନ୍ଦ ସ୍ମାରକି ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅଭିଯାନର ସମ୍ପାଦକ ଗୋବିନ୍ଦ ଓଝା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟ ବୈଦ୍ୟୁତିକ ମାଧ୍ୟମରେ ପ୍ରଭାବଶାଳୀ ତ୍ବରିତ ନ୍ୟାୟ କିପରି ଉପଭୋକ୍ତାମାନେ ପାଇପାରିବେ ସେ ସମ୍ପର୍କରେ ଉଦାହରଣ ଦେଇ ବୁଝାଇଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢୀ ଉପସ୍ଥିତ ଛାତ୍ର / ଛାତ୍ରୀ ମାନେ ତଥା ଖାଉଟିମାନେ ଠକେଇରେ ପଡିଲେ କିଭଳି ଇ-ଫାଇଲିଂ କରି ତ୍ବରିତ ନ୍ୟାୟ ପାଇ ପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଖାଉଟି ସଚେତନ ହେଲେ ସୁରକ୍ଷିତ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷା ଡଃ ସୁଜାତା ଓତା ଖାଉଟି କିପରି ରାଜା ତାହା ପ୍ରାଞ୍ଜଳ ଭାବେ ଉଦାହରଣ ଦେଇ ଥିବାବେଳେ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ଖାଉଟିମାନେ ବିଭ୍ରାନ୍ତିକର ବିଜ୍ଞାପନର ଭ୍ରମରେ ନ ପଡି ସଠିକତା ବାଛିବାର ଆବଶ୍ୟକ‌ତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟତମ ସମ୍ମାନତୀତ ଅତିଥି ଜିଲ୍ଲା ବୈଧମାପ ବିଜ୍ଞାନ ଅଧିକାରୀ (ଯୁଗ୍ମ ନିୟନ୍ତ୍ରକ) ଶ୍ରୀଯୁକ୍ତ ଗୌରାଙ୍ଗ ଚନ୍ଦ୍ର ଜେନା ଓଜନରେ ଠକେଇ ଓ ପ୍ୟାକେଟରେ ଥିବା ସୂଚାଙ୍କଙ୍କୁ ସ୍ବତନ୍ତ୍ର ଭାବେ କାର୍ଯ୍ୟରେ ଦେଖାଇଥିଲେ । ପ୍ରାରମ୍ଭରେ ସର୍ବୋଦୟ ଏକାଡେମୀର ସମ୍ପାଦକ ଶ୍ରୀଯୁକ୍ତ ରବି ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଦିବସର ଲକ୍ଷ୍ୟ ଉଦ୍ଦେଶ୍ୟ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ଏବଂ ବୈଧମାପ ବିଜ୍ଞାନ ନିରିକ୍ଷକ ବିବେକାନନ୍ଦ ରାଉତ, ନୟନ କୁମାର ଦାସ, ତୁଷାରକାନ୍ତ ମହାନ୍ତି, ସୁଧିର ଦାସ ଓ ସ‌ହକର୍ମିମାନେ ସହଯୋଗ କରିଥିବାବେଳେ ଶତାଧିକ ଛାତ୍ରୀ/ ଛାତ୍ର ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ଅଭିଭାବକ ମହାସଂଘର ଉପ-ସଭାପତି ପୂର୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault