ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ମେରୀ ଖ୍ରୀଷ୍ଟମାସ ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣୁପୁର ସଦର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ପବିତ୍ର ଖ୍ରୀଷ୍ଟମାସ୍ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି । ଏଥି ପାଇଁ ବିଦ୍ୟାଳୟର ପ୍ରାଙ୍ଗଣକୁ ଖ୍ରୀଷ୍ଟମାସ୍ ଟ୍ରି ରେ ସଜ୍ଜିତ କରାଯାଇଥିଲା । ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଧରା ଅବତରଣ ନିଦର୍ଶନ ସ୍ୱରୂପ ଯୀଶୁଙ୍କ ଜନ୍ମସ୍ଥାନ କୁଟୀର କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଜୋଶେଫ୍ ଓ ସାନ୍ତାକ୍ଳଜ୍ ବେଶରେ ଅଭିନୟ କରି ଚକଲେଟ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ଓ ମେରୀ ଖ୍ରୀଷ୍ଟମାସ କେକ କଟାଯାଇଥିଲା। ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜିର ଦିବସ ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେପରେ ଛାତ୍ରଛାତ୍ରୀ ମାନେ ଜୀଙ୍ଗଲ୍ ବେଲ୍ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର କହିଥିଲେ ଯେ ଆଜିର ଏହି ପବିତ୍ର ଦିନରେ ଯୀଶୁଖ୍ରୀଷ୍ଟ ଧରାପୃଷ୍ଠ ରେ ଜନ୍ମଗ୍ରହଣ କରି ପ୍ରେମ ଓ ସଦ୍ଭାବନା ର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସଭାପତି ବ୍ରଜ ସୁନ୍ଦର ପାଢ଼ୀ କହିଥିଲେ ଯେ ଯୀଶୁଖ୍ରୀଷ୍ଟଙ୍କ ପ୍ରେମର ବାର୍ତ୍ତା ସମଗ୍ର ମାନବ ଜାତିକୁ ତଥା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଚିରକାଳ ପାଇଁ ଶୃଙ୍ଖଳିତ କରି ରଖିବ ଏବଂ ସମସ୍ତଙ୍କୁ ଖ୍ରୀଷ୍ଟମାସ ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି କ୍ରାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଙ୍କ ନେତୃତ୍ୱ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

0
0
0
s2sdefault