ଜିଲ୍ଲା ପ୍ରଶାସନ ଦ୍ବାରା ମହେନ୍ଦ୍ରଗଡରୁ ଉଦ୍ଧାର ହେଲେ ୬ ଜଣ ନାବାଳକ ଅସହାୟ ଶିଶୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଳକୃଷ୍ଣ ପାଣିଗ୍ରାହୀ : ଏକ ବିଶେଷ ସୂତ୍ରରୁ ୬ ଜଣ ଶିଶୁ ଅତି ଦୟନୀୟ ଅବସ୍ଥାରେ ଥିବାର ଖବର ଜିଲ୍ଲା ପ୍ରଶାସନ ର ହସ୍ତଗତ ହେଲା ପରେ ତତ୍ କ୍ଷଣାତ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ରଗିରି ର ଶକ୍ତି ସଦନର କର୍ମଚାରୀ ଶିଶୁ ମାନଙ୍କୁ ଠାବ କରିଥିଲେ।
ପରବର୍ତ୍ତୀ ସମୟରେ ଚାଇଡ ହେଲପ୍ ଲାଇନ୍ ଓ ୱାନ ଷ୍ଟପ୍ ସେଣ୍ଟର ର କର୍ମଚାରୀ ପାରଳାଖେମୁଣ୍ଡି ରୁ ବାହାରି ମହେନ୍ଦ୍ରଗଡରେ ପହଞ୍ଚି ଥିଲେ।
ପରବର୍ତ୍ତୀ ସମୟରେ ଉକ୍ତ ଶିଶୁ ମାନଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ଗଜପତି ଙ୍କ ନିକଟରେ ହାଜର କରାଇଥିଲେ। ଶିଶୁ ମାନଙ୍କର ବିଷୟରେ ଶିଶୁ ମାନଙ୍କ ଠାରୁ ସମସ୍ତ ବିଷୟ ଓ ଉଦ୍ଧାର କରିଥିବା କର୍ମଚାରୀ ଙ୍କ ଠାରୁ ଅବଗତ ହେଲା ପରେ ୬ ଜଣ ଶିଶୁ ମାନଙ୍କ ମଧ୍ୟରୁ ୩ଜଣ ୬ବର୍ଷରୁ କମ୍ ହୋଇଥିବାରୁ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଓ ଅନ୍ୟ ୩ଜଣ ଶିଶୁଙ୍କୁ ଉତ୍କଳ ବାଳାଶ୍ରମ ରେ ଥଇଥାନ କରାଇଥିଲେ।
୬ ଜଣ ଶିଶୁ ମଧ୍ୟରୁ ୪ଜଣ ଶିଶୁ ରାମଗିରି ଅଞ୍ଚଳର ଯାହାଙ୍କର ପିତା ମା କୁ ଛାଡି ଅନ୍ୟତ୍ର ବିବାହ କରି ରହୁଛନ୍ତି। ଯାହା ଫଳରେ ମା ମହେନ୍ଦ୍ରଗଡର ଏକ ବ୍ୟକ୍ତିଙ୍କ ଘରେ ଘରୋଇ ଚାକର ହିସାବରେ କାମ କରୁଥିଲେ। ଯେଉଁ ଥିରେ କି ଶିଶୁଙ୍କ ର ପାଠପଢା ଓ ସେମାନଙ୍କ ର ଯତ୍ନ ନିଆଯାଉ ନ ଥିଲା।
ଅନ୍ୟ ୨ଟି ଶିଶୁ ମୋହନା ଅଞ୍ଚଳର ଅଟନ୍ତି । ଯେଉଁ ମାନଙ୍କର କି ପିତା ଅତ୍ୟନ୍ତ ମଦ୍ୟପାନ କରି ନିଜ ସ୍ତ୍ରୀ ଓ ପିଲା ମାନଙ୍କର କୌଣସି ଦେଖାଶୁଣା କରୁନଥିଲେ। ଯାହା ଫଳରେ ମା ସେହି ମହେନ୍ଦ୍ରଗଡ ର ଜଣେ ବ୍ୟକ୍ତି ଙ୍କ ଘରେ କାମ କରୁଥିଲେ। ଯାହା ଫଳରେ ଏହି ପିଲାମାନେ ଯତ୍ନ ସୁରକ୍ଷା ନ ପାଇ ଅବହେଳିତ ଅବସ୍ଥାରେ ଥିଲେ ।
ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କର ଯତ୍ନ ସୁରକ୍ଷା ଓ ଶିକ୍ଷାର ବ୍ୟବସ୍ଥା କରିବେ।

0
0
0
s2sdefault