ହେଡଲାଇନସ୍:

୫୩ ନମ୍ବର ଜାତୀୟ ରାଜପଥ କାମରେ ଶିଶୁ ଶ୍ରମ ଅଭିଯୋଗ, PSK କମ୍ପାନୀ ବିରୋଧରେ ଜିଲ୍ଲା ଶ୍ରମ ବିଭାଗର ଚଢ଼ାଉ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ୫୩ ନମ୍ବର ଜାତୀୟ ରାଜପଥରେ ଚାଲୁଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ PSK ଠିକା ସଂସ୍ଥା ବିରୋଧରେ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା କାମରେ ଅବୟସ୍କ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଥିବା ଖବର ପାଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ କାର୍ଯ୍ୟସ୍ଥଳରୁ କିଛି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆଇନ ଅନୁଯାୟୀ ଶିଶୁ ଶ୍ରମ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ସତ୍ତ୍ୱେ ଏପରି ଅନିୟମ ଘଟିବା ଘଟଣା ରାଜପଥ ନିର୍ମାଣ କାର୍ଯ୍ୟରେ ନିୟମ ପାଳନକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।
ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିବାବେଳେ ସମଗ୍ର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଦୋଷୀ ଠିକା ସଂସ୍ଥା ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ଏହି ଘଟଣା ପରେ ସାମାଜିକ ସଂଗଠନ ଓ ସଚେତନ ନାଗରିକମାନେ ରାଜପଥ ନିର୍ମାଣ ଭଳି ବଡ଼ ପ୍ରକଳ୍ପରେ ଶ୍ରମ ଆଇନର କଡ଼ା ପାଳନ ଓ ଶିଶୁ ଶ୍ରମ ପ୍ରଥାର ସମୂଳ ନିରୋଧ ପାଇଁ ପ୍ରଶାସନ ଠାରୁ ଦୃଢ଼ ପଦକ୍ଷେପ ଆଶା କରିଛନ୍ତି।

0
0
0
s2sdefault