ପୁରୀ,୨୩/୧୨- ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଭାଗବତ ଟୁଙ୍ଗୀ ଓ ଗାଁ ଗାଁରେ ପରିଚିତ ଭାଗବତ ପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ଯ ଜନିତ ରୋଗରେ ପୀଡ଼ିତ ଥିଲେ । ସେହି ଅଞ୍ଚଳର ଛୋଟପୁର ଗାଁରେ ଜନ୍ମିତ ହୋଇ କର୍ମ ସ୍ଥଳ ଭାବେ ବ୍ରହ୍ମଗିରି ବଜାରରେ ଦୀର୍ଘ ୫୦ ବର୍ଷ ଧରି କର୍ମ କରି ଆସୁଥିଲେ । ବ୍ରହ୍ମଗିରିର ବିଶିଷ୍ଟ ଘଣ୍ଟା କାରିଗର ଭାବେ ପରିଚିତ ଥିଲେ । ଶ୍ରୀ ଅଲାରନାଥଙ୍କ ପୀଠରେ ଭଜନ ସମାରୋହ ଆୟୋଜନ କରିବା, ଗୋପ ଛକରେ ମଙ୍ଗଳା ମନ୍ଦିର ନିର୍ମାଣ, ଯଜ୍ଞ କାର୍ଯ୍ୟ ଓ ପୁରୋହିତ କାର୍ଯ୍ୟ କରୁଥିଲେ । ବ୍ରହ୍ମଗିରି ବଜାରର ଉର୍ନ୍ନତି ପାଇଁ କାର୍ଯ୍ୟରତ ଥିଲେ । ପୁରୀ ରାମଦୟା ପରିଷଦର ସଭ୍ଯ, ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ସନାତନ ଧର୍ମର ପ୍ରଚାର କରୁଥିଲେ । କଟକ ବାଦାମବାଡି ପାଲା ମଣ୍ଡପରେ ପ୍ରବଚନ ଦେଇ ବେଶ ସେହି ଅଞ୍ଚଳରେ ପରିଚିତ ଥିଲେ । ବ୍ରହ୍ମଗିରିର ବିଭିନ୍ନ ଗ୍ରାମାଞ୍ଚଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିଲେ । ମାଣିକ ପାଟଣା ଭାବ କୁଣ୍ଡେଳେଶ୍ବର ମନ୍ଦିରର ଉର୍ନ୍ନତି ପାଇଁ ବହୁ ବର୍ଷ ପୂର୍ବେ କାର୍ଯ୍ୟ କରିଥିଲେ । ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ପୁରୋହିତ ଭାବେ ବେଶ ଲୋକ ପ୍ରିୟ ହୋଇଥିଲେ । ସେ ଧର୍ମ ପରାୟଣ ବ୍ଯକ୍ତି ଥିଲେ । ସତ୍ଯ ନ୍ଯାୟ ଓ କର୍ମ ଉପରେ ବିଶ୍ୱାସ କରୁଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସହର ଓ ପୁରୀ ସଦରରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷକୃତ୍ୟ ସ୍ବର୍ଗଦ୍ବାର ଠାରେ ସମ୍ପନ୍ନ ହୋଇଥିଲା । ତାଙ୍କର ଧର୍ମପତ୍ନୀ, ଦୁଇପୁଅ ଓ ଏକମାତ୍ର କନ୍ଯା ରହିଛନ୍ତି । ତାଙ୍କ ପୁତ୍ର ରବିନାରାୟଣ ମିଶ୍ର ( କୃଷ୍ଣ) ମୁଖାଗ୍ନି ଦେଇଥିଲେ । ସାନପୁଅ ରାମଚନ୍ଦ୍ର ମିଶ୍ର (ହଂସ) ଓ ତାଙ୍କର ସାନଭାଇ ଓଡ଼ିଶା ସାମ୍ବାଦିକ ସଂଘ ପୁରୀଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ସହ ବନ୍ଧୁବାନ୍ଧବ, ଆତ୍ମିୟ ସ୍ବଜନ ମାନେ ଶେଷ ଦର୍ଶନ ଓ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ବର୍ଗଦ୍ବାର ଠାରେ ଉପସ୍ଥିତ ଥିଲେ ।
ରାଜ୍ୟ
ଭାଗବତପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ପରଲୋକ
- Hits: 8











