ଲୋକନୃତ୍ୟ, ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ
ରାଜଗାଙ୍ଗପୁର,୨୨-୧୨-୨୫. ରାଜଗାଙ୍ଗପୁର ଫୁଟବଲ ପଡ଼ିଆରେ ୧୯ ତାରିଖରୁ ଚାଲିଥିବା ଲୋକ ମହୋତ୍ସବ “ଝର୍ଝରା”ର ସୋମବାର ଉଦ୍ଯାପିତ ହୋଇଯାଇଛି। ବିବିଧ ଲୋକ ନୃତ୍ୟ, ନାଗପୁରୀ, ସମ୍ବଲପୁରୀ ସହ ଆଧୁନିକ ସଙ୍ଗୀତରେ ୪ଦିନ ଧରି ଦୁଲୁକି ଥୁଲା ଫୁଟବଲ ପଡ଼ିଆ ମଞ୍ଚ। ପ୍ରବଳ ଶୀତ ସତ୍ତ୍ୱେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହୋତ୍ସବକୁ ଉପଭୋଗ କରିବା ପାଇଁରେ ଆଶାତୀତ ଜନ ସମାଗମ ଦେଖିବାକୁ ମିଳିଥିଲା ।
ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଦିଲୀପ ରାୟ ଯୋଗ ଦେଇଥିଲେ । ସମ୍ମାନିତ ଅତିଥ୍ ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିକେଶ ରାଏ, ଆରଏଚଆଇ ମାଗ୍ନେସିଟାର ବିରେନ୍ଦ୍ର ପ୍ରସାଦ, ନବଦୁର୍ଗା ଗ୍ରୁପର ଅଧକ୍ଷା ଅନିତା ଗଡ଼ଡିଆ, ରାଉରକେଲା ଚେମ୍ବର ଅଫ କର୍ମସର ପୂର୍ବତନ ଅଧ୍ୟକ୍ଷ
ସୁବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟଅତିଥି ଭାବେ ରାଇରକେଲା ବିଧାୟକ ସାରଦା ନାୟକ, ରାଜଗାଙ୍ଗପୁର ବିଡିଓ ଅକ୍ଷୟ ବାଘ, ତହସିଲଦାର ଜଗବନ୍ଧୁ ମଲ୍ଟିକ ସାମିଲ ଥିଲେ। ଦ୍ଵିତୀୟ ଦିନରେ ଜିଲ୍ଲା ଆରକ୍ଷୀ ଅକ୍ଷକା ଅମ୍ରିତପାଲ କୌର, ଏସଡିପିଓ ବିଭୂତି ଭୂଷଣ ଭୋଇ, ସ୍କାନ ଷ୍ଟିଲର ଚେୟାରମ୍ୟାନ ରାଜେଶ ଗାଡୋଡ଼ିଆ, ଓଆଇଏସଏଲ ଏମଡି ଦୀପକ ସିଙ୍ଘଲା
ଏବଂ ତୃତୀୟ ଦିବସରେ ମୁଖ୍ୟ ଅତିଥି ପଞ୍ଚାୟତ ରାଜମନ୍ତ୍ରୀ ରବି ନାରାୟଣ ନାୟକ କହିଲେ, ଏଭଳି କାର୍ଯ୍ୟକ୍ରମ ଦ୍ବାରା ଲୋକକଳା, ସଂସ୍କୃତିର ପ୍ରଚାର ପ୍ରସର ହୋଇଥାଏ। ରବିବାର ମହୋତ୍ସବ ସ୍ଥଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଉଦ୍ଯାପନା ଉତ୍ସବର ମୁଖ୍ୟ ଆକର୍ଷଣ କଲିକତାର ଅରେଞ୍ଜ ଗ୍ରୁପ। ବିବିଧ ଲୋକନୃତ୍ୟ ସହ ସମ୍ବଲପୁରୀ ଗୀତରେ ଗୀତରେ ଦର୍ଶକ ଝୁମିଥିଲେ।
ଝର୍ଝରା ମହୋତ୍ସବ କମିଟିର ସଭାପତି ଆନନ୍ଦ ଅଗ୍ରୱାଲ, ସମ୍ପାଦକ ଅଶୋକ ଦାସ, କର୍ଯ୍ୟକାରୀ ସଭାପତି ଅସଫାକ ଗୁଡ଼ା, ଉପ ସଭାପତି ରମେଶ ଅଗ୍ରୱଲ, ଯୁଗ୍ମ ସମ୍ପାଦକ ଅଜୟ ସାହୁ, କୋଷାଧ୍ୟକ୍ଷ ପବନ ଗାଡୋଡିଆ ସମେତ କମିଟିର ସଦସ୍ୟ ରାଜେନ୍ଦ୍ର ବେହେରା, ସଂଗ୍ରାମ ଦାସ, ସୁଜାତା ଦାଶ, ସଞ୍ଜିତା ମହାପାତ୍ର, ବୁଲଣି କର, ପ୍ରିୟଦର୍ଶିନୀ ଭୋଇ, ଅଶୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ।











