ହେଡଲାଇନସ୍:

MGNREGA ରୁ ଜି ରାମ ଜି ବିଲ ପ୍ରତ୍ୟାହାର ଦାବି ନେଇ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ମାସ 22 12 2025 ତାରିଖ ଦିନ ମିଳିତ ବାମପନ୍ଥୀ ପାର୍ଟୀ CPI( ml) ଲିବରେସନ, CPI (M), CPI, AIFB ତରଫରୁ ଜି - ରାମ - ଜି. କଳା ବିଲ ପ୍ରତ୍ୟାହାର ଦାବି ନେଇ ଦେଶ ବ୍ୟାପି ​ପ୍ରତିବାଦ ଦିବସ ରେ CPI ( ml)Liberation ତରଫରୁ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ସହ ପ୍ରଧାନମନ୍ତ୍ରୀକଂ ଉଦ୍ଧେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ମୋଦୀ ସରକାର ପାର୍ଲାମେଣ୍ଟରେ ଅଗଣତାନ୍ତ୍ରିକ ଭାବେ ଜି - ରାମ - ଜି, କଳା ବିଲ ଆଣିଛନ୍ତି ଏହା ଦ୍ବାରା MGNREGA ଯୋଗାଇ ଦେଉଥିବା "କାମ କରିବାର ଆଇନଗତ ଅଧିକାର" ଶେଷ ହୋଇଯିବ MGNREGA ଶ୍ରମିକମାନଙ୍କ ଚାହିଦା ଅନୁଯାୟୀ ୧୦୦ ଦିନର କାମକୁ ଏକ ସଂବିଧାନିକ ଅଧିକାର ଭାବେ ସୁନିଶ୍ଚିତ ଥିବା ସମୟରେ ନୂତନ ବ୍ୟବସ୍ଥା କ୍ଷମତାକୁ କେନ୍ଦ୍ର ସରକାର ଏବଂ ଅମଲାତନ୍ତ୍ର ହାତକୁ ଟେକି ଦେଉଛନ୍ତି l କାମ କରିବାର ଆଇନଗତ ଅଧିକାରକୁ ହଟାଇବା ଦ୍ୱାରା ଶାରୀରିକ ଶ୍ରମର ମୂଲ୍ୟ ହ୍ରାସ ପାଉଛି। ଶ୍ରମିକମାନେ ଜଣେ "ଅଧିକାର ସମ୍ପନ୍ନ ନାଗରିକ" ପରିବର୍ତ୍ତେ ସରକାରଙ୍କ ଦୟା ଉପରେ ନିର୍ଭରଶୀଳ "ହିତାଧିକାରୀ" ପାଲଟିଯାଉଛନ୍ତି। MGNREGA ଗ୍ରାମୀଣ ଲୋକଙ୍କ ପାଇଁ ଏକ ସାହାରା ହୋଇ ରହିଆସିଛି l ଏହାକୁ ଦୁର୍ବଳ କରିବା ଦ୍ୱାରା ସାମାଜିକ ସୁରକ୍ଷା ଏବଂ ଗ୍ରାମୀଣ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ। MGNREGA କୁ ଦୁର୍ବଳ କରିବା ପରିବର୍ତ୍ତେ,ଜବ କାର୍ଡ କାଟି ଦିଆ ଯାଉଛି ଏହାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟ ଦିବସକୁ ବର୍ଷକୁ 100 ଦିନ ନୁହେଁ 200 ଦିନ, ଦୈନିକ 600 ମଜୁରୀ ସହ ଜବ କାର୍ଡ ଯୋଗାଇ ଦେବା ପାଇଁ ସି ପି ଆଇ (ଏମଏଲ) ଲିବରେସନ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ବକ୍ତବ୍ୟ ରଖିଥିଲେ ।
ଉପସ୍ଥିତ ଥିଲେ ଅନାସିମ ଶବର, କୈଳାସ ଶବର, ରାଜେନ୍ଦ୍ର ମାଝୀ, ଅନିରୁଦ୍ଧ ନିଶିକା , ତ୍ରିପତି ମୁଟୁକା, କିଲାକା ଯୋତି, ପତକା ପ୍ରେମା,ତୁଳସା ନିମାଲା, ଯଖ୍ୟ ଲିମା, ମାଲତି ପାଲକା, ଗିରି ପତକା, ଏସନ ମଣ୍ଡାଗିଂ,

0
0
0
s2sdefault