ହେଡଲାଇନସ୍:

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଭିମୁଖୀକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପକ୍ଷରୁ ଆଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ମୋନାଜ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଜାତୀୟ ସେବା ଯୋଜନାର ରାଜ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନିଶା ନିବାରଣ , ବୃକ୍ଷ ରୋପଣ , ଚାର ବଣ୍ଟନ , ଜଳ ସଂରକ୍ଷଣ , ପଲିଥିନ ବର୍ଜନ , ସି.ପି.ଆର୍ ଆଦି ସାମାଜିକ ସେବା କାର୍ଯ୍ୟ ସମ୍ପାଦନା କରିବା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଶ୍ରୀ କୃଷ୍ଣଚନ୍ଦ୍ର ମହାବିଦ୍ୟାଳୟ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିପାଠୀ ମୁର୍ମ୍ମୁ ରହି ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ। ଅଧ୍ୟାପକ ବିନୋଦ ଚନ୍ଦ୍ର ରଥ ସହଯୋଗ କରିଥିବା ବେଳେ ଅଧ୍ୟାପକ ସୀତାରାମ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault