ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ , ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ , ଓଡ଼ିଶା ଜୀବିକା ମିଶନ , ସ୍ୱଚ୍ଛ ଭାରତ ମିଶନ ଏବଂ ଅନ୍ୟାନ୍ୟ ବିଭାଗ ରେ ପ୍ରତ୍ୟକ ଜିଲ୍ଲାରେ ରହିଥିବା ଫ୍ରି ଲେନସର୍ ଜିଲ୍ଲା ସ୍ତରୀୟ ତାଲିମଦାତା / ସମ୍ୱଳ ବ୍ୟକ୍ତି ମାନେ ଆଜି ଅବହେଳିତ । ଏହି ସମସ୍ୟାକୁ ନେଇ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ସମ୍ବଳ ବ୍ୟକ୍ତି ମାନଙ୍କ ଦ୍ବାରା ଏକ ସାମ୍ବାଦିକ ସମିଳନୀ ଆୟୋଜନ କରାଯାଇଥିଲା । ଏହି ତାଲିମ ଦାତା ଓ ଦାତ୍ରୀ ମାନେ ଗତ ୨୦୧୧ ମସିହା ପର ଠାରୁ ଉପୋରୋକ୍ତ ବିଭାଗ ମାନଙ୍କ ଦ୍ଵାରା ସ୍ବୀକୃତି ପ୍ରାପ୍ତ ତାଲିମ ଦାତା ଓ ଦାତ୍ରୀ ଭାବେ ପ୍ରମାଣ ପତ୍ର ପାଇ ପଞ୍ଚାୟତ ରାଜ ପ୍ରତିନିଧି ଯଥା ୱାର୍ଡ ମେମ୍ବର , ସରପଞ୍ଚ , ଆଶା , ଏସଏଚଜି ସଂଗଠନ ଓ ଏହାର କର୍ମକର୍ତ୍ତାଗଣ , ଗ୍ରାମ ପରିମଳ କମିଟି , ଗାଁ କଲ୍ୟାଣ ସମିତିର କର୍ମକର୍ତା ମାନଙ୍କୁ ପୁରା ଦିନ ସେମାନଙ୍କ ପାଖରେ ରହି ଉତ୍ତମ ଗୁଣବତା ତାଲିମ ପ୍ରଦାନ କରିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବିଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ହେଲା ଉପୋରୋକ୍ତ ବିଭାଗ ଗୁଡିକ ସମ୍ବଳ ବ୍ୟକ୍ତି ମାନଙ୍କୁ କମ ସୁଯୋଗ, ଏକପ୍ରକାର ଅଣଦେଖା କରି ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ମାନଙ୍କରେ ତାଲିମ ଦାତା ଭାବେ ନେଉଛନ୍ତି । ଯାହାଦ୍ବାରା ସେହି ଅଧିକାରୀ ମାନଙ୍କ ସେହି ଦିନର କାର୍ଯ୍ୟ ଅସମ୍ପୂର୍ଣ ରହିବା ସହିତ ସେମାନେ ସେମାନଙ୍କ ଦରମା ସହିତ ତାଲିମଦାତା ଭାବେ ଫିଜ୍ ମଧ୍ଯ ଗ୍ରହଣ କରିଥାନ୍ତି । ଯାହାକି ସଂପୂର୍ଣ୍ଣ ଅନ୍ୟାୟ ଓ ଏହା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଏହି ସ୍ବୀକୃତ ପ୍ରାପ୍ତ ତାଲିମ୍ ଦାତା ମାନେ । ତାସହ ସରକାରୀ ଅଧିକାରୀ ମାନେ କେଉଁ ନିୟମ ପ୍ରକାରେ ନିଜ କାମ ଛାଡି ତାଲିମ ଦେଉଛନ୍ତି ଏବଂ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସେମାନେ ତାଲିମଦାତା ଭାବେ ସଂପୂର୍ଣ୍ଣ ସମୟ ଦେଇ ପାରନ୍ତି ନାହିଁ, ଯାହାଦ୍ବାରା କି ତାଲିମର
ଉଦ୍ଦେଶ୍ୟ ଠିକ୍ ଭାବେ ପୁରା ହୋଇପାରୁ ନାହିଁ ବୋଲି ମଧ୍ଯ ଅଭିଯୋଗ କରିଛନ୍ତି । ସରକାରୀ ଅଧିକାରୀଙ୍କୁ ତାଲିମଦାତା ଭାବେ ନେବା ଦ୍ୱାରା ଆମ୍ଭ ତାଲିମ ପ୍ରାପ୍ତ ସମ୍ୱଳ ବ୍ୟକ୍ତିଙ୍କ ରୋଜଗାର ଉପରେ ସରକାରଙ୍କ ତରଫରୁ କୁଠାରଘାତ ଭଳି ହେଉଛି, ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରି ପେଶାଦାର ତାଲିମ୍ ମାନଙ୍କୁ ସହାୟକ କରନ୍ତୁ ବୋଲି କହିଛନ୍ତି ଏମାନେ। ଏହି ସମ୍ମିଳନୀରେ ସରକାରଙ୍କ ସମସ୍ତ ବିଭାଗ ଗୁଡିକୁ ଅନୁରୋଧ କରି ଏମାନେ କହିଛନ୍ତି ଯେ ତାଙ୍କପରି ପେଶାଦାର ସମ୍ୱଳ ବ୍ୟକ୍ତି ମାନଙ୍କୁ ଅବହେଳା ନ କରି ପୂର୍ବ ଭଳି ଆମ ମାନଙ୍କୁ ସମସ୍ତ ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯାଉ । ଏହାଦ୍ବାରା ତାଲିମ ଯେଉଁ ଉଦ୍ଦେଶ୍ୟ ରେ କରାଯାଉଛି ତାହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୁରୁଣ ହୋଇପାରିବ ଏବଂ ଏହା ସହ ଏହି ତାଲିମ୍ ଦାତା ମାନେ ଉତ୍ତମ ଜୀବିକା ନିର୍ବାହ କରିପାରିବୁ ବୋଲି ସୁନୀଲ ପାତ୍ର , ସୁଶୀଳା କୁମାରୀ ମିଶ୍ର , ମନୋଜ କୁମାର ସାବତ , ଲିଙ୍ଗରାଜ ପାାଣିଗ୍ରାହୀ , ମଳୟ ମାଧୁରୀ ଦେବୀ , ନରେଶ ନାଥ ମହାପାତ୍ର , ବିଷ୍ଣୁ ପ୍ରିୟା ମହାନ୍ତି , ଲକ୍ଷ୍ମୀକାନ୍ତ ପଣ୍ଡା , ନାଥିନିଆଲ୍ ପରିଚ୍ଛା , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଗୀତାଞ୍ଜଳୀ ସଭାପତି , ଦେବୀ ପ୍ରସାଦ ମିଶାଲ , ରବି ନାରାୟଣ ପାଇକରାୟ , ସୋମନାଥ ଚୌଧୁରୀ , ବିଜୟ କୁମାର ମହାପାତ୍ର ଅନୁରୋଧ କରିଛନ୍ତି।
ରାଜ୍ୟ
ସରକାରଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ସମ୍ବଳ ବ୍ୟକ୍ତିଙ୍କୁ ଅବହେଳା ପତିବାଦରେ ସାମ୍ବାଦିକ ସମ୍ମିଳନୀ
- Hits: 3











