ରଘୁନାଥ ବିଦ୍ୟାପୀଠ ଓଡ଼ଗାଁ ୧୯୮୩ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଗୋଟି ଗୋଟି କରି ସାଉଁଟିଲେ ପିଲା ବେଳର କଥା


ଓଡ଼ଗାଁ,୧୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ଅବସ୍ଥିତ ମର୍ଯ୍ୟାଦା ସମ୍ପନ୍ନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଲାଭ କରିଥିବା ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁର ୧୯୮୩ ମସିହା ମାଟ୍ରିକ ବ୍ୟାଚ ଛାତ୍ର ମାନଙ୍କର କ୍ରମାଗତ ଭାବେ ୧୬ତମ ବନ୍ଧୁ ମିଳନ ଉତ୍ସବ, ଓଡ଼ିଶାର ଅନନ୍ୟ ଶୈବପୀଠ ଭାବେ ସୁକ୍ଷାତି ଲାଭ କରିଥିବା ବାବା ଦୁତୀକେଶ୍ବର ମହାଦେବଙ୍କ ପୀଠରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସାଥି ସହପାଠୀ ସାମିଲ ହୋଇଥିଲେ । ସମସ୍ତଙ୍କ ମଙ୍ଗଳ ମନାସି ବାବା ଦୁତିକେଶ୍ବର ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା ପୂର୍ବକ ଦିବ୍ୟଙ୍ଗତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଥି ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ
ଦୈନନ୍ଦିନ ସାଧାରଣ ଜୀବନ ଶୈଳୀ ମଧ୍ୟରୁ ନିଜକୁ ବାହାରକରି ବାଲ୍ୟବନ୍ଧୁ ମାନଙ୍କ ଗହଣରେ ସମୟ ଅତିବାହିତ କରିବା ସହିତ ଅନୁଭୁତି ବାଣ୍ଟିବା ଭଳି ଏକ ନିଆରା ସୁଯୋଗ ପ୍ରଦାନ କରିଥାଏ ବୋଲି କହିଥିଲେ । ଯାହାକି ଜୀବନ ଚର୍ଯାକୁ ଆଗେଇ ନେବାରେ ଅଧିକ ସହାୟକ ହୋଇଥାଏ । ସହପାଠୀ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ କଲେଜ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁ ମିଳନ ସଭାରେ ଡା.ଉପେନ୍ଦ୍ର ଗନ୍ତାୟତ, ବାଲୁକାଶିଳ୍ପୀ ସୁବଳ ମହାରଣା, ହରପ୍ରସାଦ ମହାପାତ୍ର, ରଘୁନାଥ ଦାଶ, ଦିଲ୍ଲୀପ କୁମାର ହୋତା, ଅଜିତ ପାଣିଗ୍ରାହୀ, କୈଳାସ ପାଣିଗ୍ରାହୀ, ଗଜେନ୍ଦ୍ର ଜେନା, କିର୍ତ୍ତନ ଜେନା, ବାବାଜୀ ପରିଡ଼ା, ଭାଗିରଥି ସେଠୀ, କିଶୋର ଚନ୍ଦ୍ର ସାହୁ, ଦାଶରଥି ପଣ୍ଡା ପ୍ରମୁଖ ସେମାନଙ୍କ ଅନୁଭୂତି ପ୍ରଦାନ କରିଥିଲେ । ପ୍ରମୋଦ ପାତ୍ର ଏବଂ ମୀନକେତନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ସାଥୀମାନେ ସହଯୋଗ କରିଥିଲେ।

0
0
0
s2sdefault