ପନ୍ତିଖାରୀ ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪ ଖଣ୍ଡ ଗାଁର ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ ସୁବିଧା


ଓଡ଼ଗାଁ,୧୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ପରିସରରେ ଏସବିଆଇ ଅଧିନସ୍ଥ ଆମ ବ୍ୟାଙ୍କକୁ ପନ୍ତିଖାରୀ ସରପଞ୍ଚ ସୁଶ୍ରୀ ଶ୍ରାବଣୀ ବିଶ୍ବାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଫଳରେ ଦୀର୍ଘ ଦିନ ପ୍ରତୀକ୍ଷାର ଅବସାନ ଘଟିଛି । ୪ ଖଣ୍ଡ ଗାଁର ୧୦ ହଜାରରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ଏବେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପାଇ ପାରିବେ ବ୍ୟାଙ୍କ ସେବା । ଏଠାରୁ ହିତାଧିକାରୀ ମାନେ ଟଙ୍କା ଜମା ଉଠାଣ କରିବା ସହିତ ହିତାଧିକାରୀଙ୍କୁ ମିଳୁଥିବା ସମସ୍ତ ସହାୟତା ସିଧାସଳଖ ଜମା ଖାତାରେ ପହଁଞ୍ଚିବ। ବାଟରେ ଘାଟରେ ହେଉଥିବା ହେରଫେର ସମ୍ଭାବନା ରହିବ ନାହିଁ । ବିଶେଷ କରି ନରେଗା ଜବକାର୍ଡଧାରୀଙ୍କୁ ସେମାନଙ୍କ ପାରିଶ୍ରମିକ ଅର୍ଥ ଜମା ଖାତା ମାଧ୍ୟମରେ ପାଇବାକୁ ସହଜ ହେବ । ଉଦଘାଟନ ବେଳେ ୱାର୍ଡ ସଦସ୍ୟ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୀରେନ୍ଦ୍ର ଜାନିଙ୍କ ସହିତ ମଶାବାରି ଗ୍ରାମ ପରିଚାଳନା କମିଟି ସଭାପତି ପବିତ୍ର ମୋହନ ମହାନ୍ତି ଏବଂ ଆମ ବ୍ୟାଙ୍କ ପରିଚାଳକ ଏବଂ ସହଯୋଗୀ ଉପସ୍ଥିତ ଥିଲେ।

0
0
0
s2sdefault