ହେଡଲାଇନସ୍:

ସରିଲା ଡିସିବିଏଲର ଜମି ଅଧୂଗ୍ରହଣ, ଗର୍ଜୁଥୁବା ନେତାଙ୍କ ଦେଖା ମିଲିଲା ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର( ବିଷ୍ଣୁ ଭୋମିକ) — ଲାଞ୍ଜିବେର୍ଣା ଅଞ୍ଚଳରେ ଡିସିବିଏଲ ସଂସ୍ଥା ପାଇଁ ଦୀର୍ଘଦିନ ଧରି ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷରେ ଆଜି ସମ୍ପୂର୍ଣ ହୋଇଛି ଓ ରାତିଅଧୂଆ ପୋଲିସ ପ୍ରଶାସନୀୟ ବ୍ୟବସ୍ଥା କଡା କରାଯାଇ ୨୭.୫୧ ଏକର ଜମିକୁ ଆଧିକାରିକ ଭାବେ ଅଧିଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏହିଇ ଜମି ରାଜଗାଙ୍ଗପୁର ଓ କୁତ୍ରା ତହସିଲ ଅଧୀନରେ ଥିବା ୫ଟି ପଞ୍ଚାୟତର ଅନ୍ତର୍ଗତ ଥୂ ବାବେଳେ ଏହାକୁ ନେଇ ଗତ କିଛି ମାସ ଧରି ଅଞ୍ଚଳର ପରି ବେ ଶ ସ ର ଗ ର ମ ହୋଇଥିଲା । ଜମି ଅଧୂଗ୍ରହଣ ବିରୋଧରେ ଆଦିବାସୀ ଓ ଗ୍ରାମବାସୀଙ୍କୁ ସାଥୀ କରି ରାଜନୈତିକ ଦଳ ଓ ନେତାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଭୁବନେଶ୍ଵରରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଧାରଣା, ଘେରାଉ ଓ ପ୍ରତିବାଦ କାର୍ଯ୍ୟକ୍ରମ କରି ‘ ଜାନ ଦେବୁ ପଛେ ଇଞ୍ଜେ ଜମି ଦେବୁନି’ ବୋଲି ନାରା ଦେଇଥିଲେ । କିନ୍ତୁ ଆଜି ଯେତେବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମି ଅଧା ଗ୍ରହଣ କାର୍ଯ୍ୟ ସମ୍ପାଦନ କରାଗଲା, ସେତେବେଳେ ପୂର୍ବରୁ ଗର୍ଜୁଥିବା ନେତାମାନଙ୍କ ମଧ୍ୟରୁ କାହାର ମଧ୍ଯ ଘଟଣାସ୍ଥଳରେ ଉପସ୍ଥିତି ଦେଖାଯାଇନଥିଲା । ପୋଲିସ ଓ ପ୍ରଶାସନୀୟ

ଅଧିକାରୀମାନେ ସକାଳୁ ରାତି ପର୍ଯ୍ୟନ୍ତ ସୁରକ୍ଷା ଦେଇ ସମଗ୍ର ପ୍ରକ୍ରିୟାକୁ ଶାନ୍ତପୂର୍ଣ ଭାବେ ସମାପ୍ତ କରିଥିବାବେଳେ ନେତାମାନଙ୍କ ଏହି ନିରବତା ଓ ଅନୁପସ୍ଥିତି ଗ୍ରାମବାସୀଙ୍କ ମଧ୍ୟରେ ଭାରି ଅସନ୍ତୋଷ ସୃଷ୍ଟି କରିଛି। ଆଦିବାସୀଙ୍କ ନାମରେ ରାଜନୈତିକ ଲାଭ ନେଇ ପରେ ସଙ୍କଟ ସମୟରେ ପଛକୁ ହଟିଯାଇଥିବା ଅଭିଯୋଗ ନେତାମାନଙ୍କ ବିରୋଧରେ ଉଠିଛି । ଲୋକମାନେ କହୁଛନ୍ତି ଯେ ଜମି ଅଧିଗ୍ରହଣ

ସମୟରେ ଯଦି ସତରେ ନେତାମାନେ ଆଦିବାସୀଙ୍କ ପକ୍ଷରେ ଥାନ୍ତେ, ତେବେ ଘଟଣାସ୍ଥଳରେ ଉପସ୍ଥିତ ରହି ପ୍ରଶାସନ ସହ କଥାବାର୍ତ୍ତା କରିଥାନ୍ତେ। ଏହି ଘଟଣା ଶାସକ ଓ ବିରୋଧୀ ଉଭୟ ପକ୍ଷର ନେତାମାନଙ୍କ କାର୍ଯ୍ୟଶୈଳୀ, ନୀତି ଓ ଦାୟିତ୍ବବୋଧ ଉପରେ ଗଭୀର ପ୍ରଶ୍ନବାଚି ସୃଷ୍ଟି କରିଥିବାବେଳେ ଜମି ଅଧା ଗ୍ରହଣ ପରେ ଆଦିବାସୀ ଓ ପ୍ରଭାବିତ ପରିବାରମାନଙ୍କ ପୁନର୍ବାସ, କ୍ଷତିପୂରଣ ଓ ଭବିଷ୍ୟତ ସୁରକ୍ଷାକୁ ନେଇ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯିବ ସେଥ‌ିପାଇଁ ସମଗ୍ର ଅଞ୍ଚଳର ଲୋକଙ୍କ ନଜର ରହିଛି।

0
0
0
s2sdefault