ହେଡଲାଇନସ୍:

ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲର କଠୋର ଆଭିମୁଖ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର, ୬ ।୧୨ : ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛି ଟିପିଏନଓଡିଏଲ । ଏହି କ୍ରମରେ ବାଲେଶ୍ୱର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଚୋରି ରୋକିବାକୁ ଚଢାଉ ଜାରି ରହିଛି । ଗତ ୪ ତାରିଖରେ ଟିପିଏନଓଡିଏଲ ପ୍ରବର୍ତ୍ତନ ବିଭାଗ କର୍ମଚାରୀଙ୍କ ଏକ ଦଳ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ, ସେrନ ଅଧିକାରୀ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୁରୁଣା ବାଲେଶ୍ୱର, ବଡଖୁଆ, ତୁଳସୀପଦା, ଫୁଲବଜାର, କଂସେଇମହଲା ବସ୍ତି, ଦର୍ଘାମଇଦାନ ଆଦି ସ୍ଥାନରେ ଚଢାଉ କରାଯାଇ ୧୨୧ କିଲୋୱାଟର ବିଦ୍ୟୁତ୍ ଚୋରି ରୋକିବାରେ ସମର୍ଥ ହୋଇପାରିଛି । ଏହା ସହ ୩୦ଜଣ ଅସାଧୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନା ଅନୁଯାୟୀ, ବାଲେଶ୍ୱର ମଣ୍ଡଳରେ ଆର୍ଥôକ ବର୍ଷ ୨୦୨୨ରୁ ୨୦୨୫ ଆର୍ଥôକ ବର୍ଷ ମଧ୍ୟରେ ୧୧୭.୮୮ ମେଗାୱାଟ ବିଦ୍ୟୁତଚୋରି ରୋକାଯାଇଥିବା ବେଳେ ଆର୍ଥôକ ବର୍ଷ ୨୦୨୬ ମସିହାରେ ଏଯାବତ୍ ୨୭.୫୨ ମେଗାୱାଟରୁ ଅଧିକ ବିଜୁଳି ଚୋରି ରୋକିବାରେ ଟିପିଏନଓଡିଏଲ ସଫଳ ହୋଇଛି ଏବଂ ପ୍ରାୟତଃ ୪୦,୦୦୦ରୁ ଉର୍ଦ୍ଧ୍ୱ ମାମଲା ମଧ୍ୟ ରୁଜୁ କରାଯାଇଛି । ବିଦ୍ୟୁତ ଚୋରିକୁ ରୋକିବା ପାଇଁ ସେrନ ଠାରୁ ଆରମ୍ଭ କରି ବୈଦ୍ୟୁତିକ ମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଏପରିକି ବିଶେଷ କେନ୍ଦ୍ରୀୟ ଟିମ ଗଠନ କରି ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡାକଡି କରିବା ସହ ବିଦ୍ୟୁତ ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟିପିଏନଓଡିଏଲ ପକ୍ଷରୁ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯାଉଛି ।
ବିଦ୍ୟୁତ୍ ଚୋରି ଦ୍ୱାରା ବିଦ୍ୟୁତ ସରବରାହର ଗୁଣବତ୍ତା ଉପରେ କୁପ୍ରଭାବ ପଡିବା ସହ ସଚ୍ଚୋଟ ଉପଭୋକ୍ତାମାନେ ମଧ୍ୟ ବିଶେଷ ପ୍ରଭାବିତ ହୋଇଥାନ୍ତି । ଏଥିଯୋଗୁଁ, ଟ୍ରାନ୍ସଫର୍ମରରେ ଅଧିକ ଲୋଡ ବୃଦ୍ଧି ସହ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଏବଂ ବିଦ୍ୟୁତ ସୁରକ୍ଷା ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ଏଥିପାଇଁ, ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଆସିଛି । ଏନେଇ, ସାଧାରଣ ଲୋକମାନଙ୍କ ନଜରରେ କେହି ବିଦ୍ୟୁତ ଚୋରି କରୁଥିବାର ଆସିଲେ ସେମାନେ ମଧ୍ୟ ସଚେତନ ନାଗରିକ ଭାବେ ନିଜର ଅଭିଯୋଗ ୯୪୩୮୯-୦୬୦୦୨ ନମ୍ବର ଯୋଗେ ଟିପିଏନଓଡିଏଲ ପ୍ରବର୍ତ୍ତନ ବିଭାଗ ନିକଟରେ ଦାଖଲ କରିପାରିବେ । ସେମାନଙ୍କ ନାମ ଗୋପନ ରଖାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ବିଦ୍ୟୁତ୍ ଚୋରି ନେଇ ଟିପିଏନଓଡିଏଲର ଏତାଦୃଶ କଠୋର ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

0
0
0
s2sdefault