କାକଟପୁର/ପ୍ରକାଶ ଦାଶ -୦୫/୧୨ ନିମାପଡ଼ା ଡିଭିଜନ ଜଳସେଚନ ବିଭାଗ ଅନ୍ତର୍ଗତ କାକଟପୁର ଜଳସେଚନ ଉପଖଣ୍ଡର ଜନୈକ କର୍ମଚାରୀଙ୍କ ଗତ ୩୦/୧୧/୨୦୨୫ତାରିଖରେ ଅବସର ଗ୍ରହଣ ସମୟ ହୋଇଥିଲେ ମଧ୍ୟ ମହାଶୟଙ୍କୁ ଅଦ୍ୟାବଧି ଅଫିସ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି।ଶୁଣାଯାଏ ମହାଶୟ ଜଣେ କରିତ୍ କର୍ମା ଥିବାରୁ ମହାଶୟଙ୍କ ମାଧ୍ୟମରେ ଉପଖଣ୍ଡର ଅଧିକାରୀ ମାନଙ୍କ ସହ ନିମାପଡା ଡିଭିଜନର ଅଧିକାରୀ ମାନେ ପିସି ଆଦାୟ କରନ୍ତି।ତେଣୁ ଠିକାଦାର ମାନେ ତାଙ୍କୁ ପିସି ମାଷ୍ଟର ବୋଲି ସମ୍ବୋଧନ କରନ୍ତି। ନୂତନ ବର୍ଷ ଅଳ୍ପ ଦିନ ମଧ୍ୟରେ ଆସୁ ଥିବାରୁ ଅନ୍ୟ ନୂତନ କର୍ମଚାରୀ ଯଦି ଉକ୍ତ ପଦବୀ ମଣ୍ଡନ କରନ୍ତି ତେବେ ପିସି କାରବାରରେ ଶିଥିଳତା ଆସିଯିବା ଭୟରେ ଡିଭିଜନ ଅନ୍ତର୍ଗତ ଅଧିକାରୀ ମାନେ ଉକ୍ତ ମହାଶୟଙ୍କୁ ଉକ୍ତ ପଦବୀରୁ ବର୍ତ୍ତମାନ ପରିସ୍ଥିତିରେ ହଟାଇବାକୁ ଚାହୁଁ ନାହାଁନ୍ତି। ବର୍ତ୍ତମାନର ସରକାର ସ୍ବଛତାକୁ ପ୍ରାଧାନ୍ୟ ଦେଉଥିବା ବେଳେ କାକଟପୁର ଜଳସେଚନ ଉପଖଣ୍ଡ ଅଧିନରେ ଥିବା ଡାକବଙ୍ଗଳା ଓ ସରକାରୀ କ୍ୱାର୍ଟର ପରିସର ଗୁଡିକ ପର୍ଯ୍ୟଟନ ଋତୁର ଆଗମନ ସମୟରେ ଜଙ୍ଗଲି ଗ୍ଲୃମ,ମଦବୋତଲରେ ପରିପୂର୍ଣ୍ଣ ସହ ଅନ୍ଧକାର ରାଜୁତି କରୁଥିବା ଦେଖିବାକୁ ମିଳୁଛି।ତେଣୁ ପିସି ମାଷ୍ଟର ଙ୍କୁ ଉକ୍ତ ପଦବୀରୁ ଅବସର ଦିଆଯାଇ ନୂତନ ବ୍ୟକ୍ତିଙ୍କୁ ଅବସ୍ଥାପିତ ସହ ଉପଖଣ୍ଡ ଅଧିନରେ ଥିବା ସରକାରୀ ବଙ୍ଗଳା ଗୁଡିକରେ ସ୍ବଛତା ରକ୍ଷା କରିବା ପାଇଁଁ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।
ରାଜ୍ୟ
ଅବସର ପରେ ଗାଦି ଛାଡୁନାହାନ୍ତି କର୍ମଚାରୀ।
- Hits: 11











