ହେଡଲାଇନସ୍:

ମର୍ମନ୍ତୁଦ ଦୁର୍ଘଟଣା, ଛୋଟ ଛୁଆ ଆଗରେ ପିତା ମାତା ଚାଲିଗଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ଫଳରେ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା କୁରେଇଶୁଣୀ ମନ୍ଦିର ନିକଟରେ ଏକ ସ୍କୁଟି ଗାଡ଼ିକୁ ଏକ ପଲସର୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ସ୍କୁଟି ଚାଳକ ପ୍ରତାପ ମଳିକ ଓ ପତ୍ନୀ ଲଳିତା ମଳିକ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମାତ୍ର ୩ ବର୍ଷର ଶିଶୁ କନ୍ୟା ସୁରକ୍ଷିତ ଅଛି। ପ୍ରାପ୍ତ ଖବର ରୁ ଜଣାପଡିଛି ଯେ ମୃତ ଲଳିତା ଗର୍ଭବତୀ ଯୋଗୁଁ ସ୍ବାମୀ ପ୍ରତାପ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ଡାକ୍ତରଖାନାକୁ ଆସି ଫେରୁଥିବା ବେଳେ ଏହି ଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ମୋଟରସାଇକେଲ ଚାଳକ ସୁନୀଲ ଦଳେଇ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault