ଭବାନୀପାଟଣାukକଳାହାଣ୍ଡି ଜିଲ୍ଲା ମ ରାମପୁର କରଲାଖୁତା ଠାରେ ଆଗକୁ ହେବାକୁ ଯାଉଥିବା ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀର ନିମନ୍ତେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହେଇଯାଇଛି | ଉକ୍ତ ବୈଠକରେ ମୁଖ୍ୟ ଅତିଥି ବିଶିଷ୍ଟ ଆଦିବାସୀ ନେତା ତଥା କିସ ର ଶୁଭେଛୁ ଶ୍ରୀ ପରମାନନ୍ଦ ମାଝୀ ସମ୍ମାନିତ ଅତିଥି ଶ୍ରୀ ପଦ୍ମଲୋଚନ ମାଝୀ ମୁଖ୍ୟ ବକ୍ତା ଶ୍ରୀ ଦ୍ରୋଣାଚାର୍ଯ୍ୟ ମାଝୀ ସମେତ 19 ଗୋଟି ଗ୍ରାମ ପଂଚାୟତ ର କିସ ଅଭିଭାବକ ଓ କିସ୍ ର ପୁରାତନ ଛାତ୍ର ଛାତ୍ରୀ ସମେତ 100 ରୁ ଉର୍ଦ୍ଧ ଲୋକ ଉପସ୍ଥିତ ଥିଲେ | ବୈଠକର ପ୍ରାରମ୍ଭରେ ଶ୍ରୀ ଦ୍ରୋଣା ଚାର୍ଯ୍ୟ ମାଝୀ ସ୍ୱାଗତ ଅଭିଭାଷଣ ସହ ଉପସ୍ଥିତ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | ଉପସ୍ଥିତ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀ ମାଝୀ ପ୍ରତିବର୍ଷ ଡିସେମ୍ବର ମାସରେ ମେଘା ଅଭିଭାବକ ସମ୍ବିଳନୀ ଭୁବନେଶ୍ୱର କିସ୍ ରେ ହୋଇ ଆସୁଥିଲା କିନ୍ତୁ ଚଳିତ ବର୍ଷ କିସ୍/କୀଟ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଇଛା ପ୍ରକାଶ କରିଛନ୍ତି କି ପ୍ରତି ଜିଲ୍ଲାରେ ଅଭିଭାବକ ସମ୍ବିଳନୀ ଆୟୋଜନ କରାଯିବ ଏଣୁ କେମିତି ବହୁ ସଂଖାରେ ଯୋଗଦାନ କରି ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀକୁ ସଫଲ କରିବା ପାଇଁ କହିଥିଲେ | ସେହିପରି ସମ୍ମାନିତ ଅତିଥି ଶ୍ରୀ ମାଝୀ 19 ଗୋଟି ଗ୍ରାମ ପଂଚାୟତ ରୁ ଆସିଥିବା ସମସ୍ତ ଅଭିଭାବକ ମାନଙ୍କୁ ଆଜିଠାରୁ ନିଜ ନିଜ ଗ୍ରାମ ଓ ପଞ୍ଚାୟତରୁ କେମିତି ଅଧିକରୁ ଅଧିକ ଲୋକ ସାମିଲ ହେବେ ଓ କିସ ର ଶୁଭେଛୁ ମାନଙ୍କୁ ଉପସ୍ଥିତି ସହିତ ସଠିକ ଭାବରେ ଆୟୋଜନ କରିବା ପାଇଁ କହିଥିଲେ | ସେହିପରି କିସ୍ ର ପୁରାତନ ଛାତ୍ର ମାନେ ପାଠ ପଢି କିପରି ସଫଳତା ପାଇ ସମାଜରେ ମୁଖ୍ୟ ସ୍ରୋତ ରେ ଆମେ ମାନେ ସାମିଲ ହୋଇଥିବା କହି ଥିଲେ ଓ ଡ଼. ଅଚ୍ୟୁତ ସାମନ୍ତଙ୍କ ଆଦିବାସୀ ମାନଙ୍କ ପାଇଁ ତ୍ୟାଗ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଜରିଆରେ ସାମୁହିକ ବିକାଶ ହୋଇଥିବା ବିଷୟରେ ବିଷଦ ଭାବରେ ଆଲୋକପାତ କହିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଗୌର ଚନ୍ଦ୍ର ମାଝୀ ଓ ଅନ୍ୟ ସମସ୍ତ ନେତୃମଣ୍ଡଳୀ ପୁର୍ଣ ସହଯୋଗ କରିଥିଲେ | ପରିଶେଷରେ କିସ୍ କଳାହାଣ୍ଡିର ଉପ-କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପାଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
କିସ୍ ଅଭିଭାବକ ମାନଙ୍କ ତରଫରୁ ମ ରାମପୁର ଠାରେ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ |
- Hits: 9











